ବକ୍ସିଂ ଚାମ୍ପିଅନରୁ କିଭର ମେୟର, କେମିତି ଥିଲା ଭିଟାଲିଙ୍କ ଏହି ଯାତ୍ରା ଜାଣନ୍ତୁ…

1 min read

କିଭ୍: ଋଷ ଓ ୟୁକ୍ରେନ୍ ଯୁଦ୍ଧକୁ ୫ ଦିନରୁ ଅଧିକ ସମୟ ବିତିଲାଣି । କେହି ହାର ମାନିବାକୁ ନାରାଜ । ଋଷର ବିଶାଳ ସେନାକୁ ମୁହଁତୋଡ଼ ଜବାବ ଦେଉଛନ୍ତି ୟୁକ୍ରେନ ସେନା । ରାଷ୍ଟ୍ରପତି ବି ମୈଦାନକୁ ଓହ୍ଲାଇଛନ୍ତି । ଏପଟେ ମାତୃଭୂମିକୁ ଋଷ କବଳରୁ ରକ୍ଷା କରିବା ପାଇଁ ହାତରେ ବନ୍ଧୁକ ଧରିବାକୁ ପଛାଇ ନାହାଁନ୍ତି ୟୁକ୍ରେନ୍ ଜନତା ।

୮୦ ବର୍ଷୀୟ ବୃଦ୍ଧଙ୍କ ଠାରୁ ଆରମ୍ଭ କରି ମହିଳା ଓ ଶିଶୁମାନେ ମଧ୍ୟ ଋଷ ସେନାର ସାମ୍ନା କରିବା ପାଇଁ ତତ୍ପର । ନିକଟରେ ଏଭଳି ଅନେକ ଭିଡ଼ିଓ ଓ ଫଟୋ ଭାଇରାଲ୍ ହୋଇଛି, ଯାହାକୁ ଦେଖିଲେ ଜଣାପଡ଼ିବ ନିଜ ମାଟି ଉପରୁ ଋଷ ସେନାକୁ ବିତାଡ଼ିତ କରିବା ପାଇଁ ପୂରା ତୟାର ୟୁକ୍ରେନ୍ ବାସୀ । ଏବେ ଦେଶ ପାଇଁ ହାତରେ ମେସିନ୍ ଗନ୍ ଧରିଛନ୍ତି କିଭର ମେୟର । ଯାହାର ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

କିଭ୍ ମେୟର ଭିଟାଲି କିଲଟସ୍କୋ ଜଣେ ହେଭିୱେଟ୍ ବକ୍ସିଂ ଚାମ୍ପିଅନ୍ ଭାବେ ଖୁବ୍ ପରିଚିତ । ଯିଏକି ଋଷ ସେନାର ମୁକାବିଲା କରିବା ଲାଗି ମେସିନ୍ ଗନ୍ ଲୋଡ୍ କରୁଛନ୍ତି । ଟକସ୍ପୋର୍ଟ ଡଟ୍ କମର ଅନଲାଇନ୍ ବକ୍ସିଂ ସମ୍ପାଦକ ମାଇକଲ୍ ବେନ୍ସନ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି । ଆଉ କ୍ୟାପସନରେ ଲେଖାହୋଇଛି- ଭିଟାଲି ଓ ତାଙ୍କ ଭାଇ ଭ୍ଲାଦିମିର ଋଷ ସେନା ସହ ଲଢିବା ପାଇଁ ତୟାର । ଏହା ପୂର୍ବରୁ ଭିଟାଲି ଋଷ ସେନାର ମୁକାବିଲା କରିବା ପାଇଁ ଅନ୍ତର୍ଜାତୀୟ ସମୁଦାୟର ସାହାଯ୍ୟ ଲୋଡିଥିଲେ ।

ଆସନ୍ତୁ ଜାଣିବା ବକ୍ସିଂ ଚାମ୍ପିଅନରୁ ରାଜନେତା ପାଲଟିଥିବା ଭିଟାଲିଙ୍କ ଯାତ୍ରା-

ବକ୍ସିଂ ମଇଦାନ ଛାଡ଼ିବା ପରେ ୨୦୧୪ ମସିହାରେ ପ୍ରଥମ ଥର ପାଇଁ କିଭର ମେୟର ହୋଇଥିଲେ ଭିଟାଲି । ଆଉ ଏବେ ମାତୃଭୂମିର ସେବା ପାଇଁ ଋଷ ବିରୋଧରେ ଅସ୍ତ୍ର ଧରିଛନ୍ତି । ଯିଏକି ସ୍ପୋର୍ଟ୍ସ ମେଡିସିନରେ PHD କରିଥିଲେ । ଯଦି ତାଙ୍କ ସମ୍ପତ୍ତି କଥା କହିବା ତାହାଲେ ଭିଟାଲିଙ୍କର ୬୦୦ କୋଟିର ସମ୍ପତ୍ତି ରହିଛି ।

୨୦୧୧ ମସିହାରେ ଭିଟାଲି ଓ ତାଙ୍କ ଭାଇ ଓାଲାଦିମିର ୱାଲ୍ଡ ହେଭିୱେଟ୍ ଟାଇଟଲ୍ ଜିତିବା ସହ ଗିନିଜ୍ ୱାର୍ଲ୍ଡ ରେକର୍ଡ ହାସଲ କରିଥିଲେ। ଦୁହେଁ ସୋଭିଏତ୍ ମେଜର ଜେନେରାଲଙ୍କ ପୁଅ ହୋଇଥିବା ବେଳେ ଜଣେ ଦେଶସେବା କରୁଛନ୍ତି ତ ଅନ୍ୟଜଣେ ରିଙ୍ଗରେ ଦେଶକୁ ଗର୍ବିତ କରୁଛନ୍ତି ।

୧୯୯୫ରେ ରୋମରେ ଚାଲିଥିବା ବିଶ୍ୱ ସାମରିକ ଗେମ୍ସରେ ଭିଟାଲି ୟୁକ୍ରେନରୁ ପ୍ରତିଯୋଗିତା କରିଥିଲେ । ଆଉ ହାତେଇଥିଲେ ସୁପର ହେଭିୱେଟ୍ ବକ୍ସିଂ ଗ୍ଲୋଡ୍ । କିଭ୍ ୧୯୯୯-୨୦୦୦ରେ ୱାର୍ଲ୍ଡ ବକ୍ସିଂ ଅର୍ଗାନାଇଜେସନ୍ (WBO), ୨୦୦୪ରୁ ୨୦୦୫ ଭିତରେ ରିଙ୍ଗ ମାଗାଜିନ୍ ଟାଇଟଲ, ୨୦୦୪ରୁ ୨୦୧୩ ମଧ୍ୟରେ ଦୁଇ ଥର ୱାର୍ଲ୍ଡ ବକ୍ସିଂ କାଉନସିଲ୍ (WBC) ଟାଇଟଲ୍ ହାତେଇଥିଲେ ।

Leave a Reply