ଋଷ-ୟୁକ୍ରେନ୍ ଯୁଦ୍ଧରେ ସାମିଲ୍ ଫେସବୁକ୍ ଓ ଗୁଗଲ

1 min read
Russia Ukraine War Facebook Google Twitter Big Tech Companies May Play Important Role

ନୂଆଦିଲ୍ଲୀ: ଋଷ-ୟୁକ୍ରେନ୍ ଘମାଘୋଟ ଲଢ଼େଇ ଜାରି ରହିଛି । ୟୁକ୍ରେନ୍ ଆକାଶରେ ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ତାଣ୍ଡବ ରଚୁଛି । ଯୁଦ୍ଧ ଭିତରେ ଆରମ୍ଭ ହୋଇଛି ଆଉ ଏକ ଯୁଦ୍ଧ । ଏହି ଯୁଦ୍ଧ ଋଷ ଓ ଟେକ୍ କମ୍ପାନୀଗୁଡ଼ିକ ମଧ୍ୟରେ ଚାଲିଛି । ଟେକ୍ କମ୍ପାନୀ ଗୁଡ଼ିକ ଋଷ ଓ ଋଷ ମିଡିଆ ସଂସ୍ଥା ଉପରେ ଭଳିକି ଭଳି କଟକଣା ଲାଗୁ କରିଛନ୍ତି । ଅନ୍ୟପଟେ ଋଷ ମଧ୍ୟ ଟେକ୍ କମ୍ପାନୀ ପ୍ରତି ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି । ଫେସବୁକ୍, ଟ୍ୱିଟର ସମେତ ଅନ୍ୟ ଟେକ୍ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ଋଷ ଉଦ୍ୟମ କରୁଛି ।

 Russia Ukraine War Facebook Google Twitter Big Tech Companies May Play Important Role

ଅନ୍ୟପଟେ ଯୁଦ୍ଧ ଭିତରେ ୟୁକ୍ରେନର ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିଲାଣି । ଋଷର ଲଗାତାର ଆକ୍ରମଣରେ ବିଧ୍ୱସ୍ତ ହୋଇଗଲାଣି ୟୁକ୍ରେନର ତମାମ୍ ଭିତ୍ତିଭୂମି । ୟୁକ୍ରେନର ଅନେକ ସ୍ଥାନରେ ଇଣ୍ଟରନେଟ୍ ସେବା କଟି ଯାଇଛି । ଯାହାକୁ ନେଇ ୟୁକ୍ରେନ୍ ଉପ-ପ୍ରଧାନମନ୍ତ୍ରୀ ମିଖାଇଲୋ ଫେଡୋରୋଭ୍ ସ୍ପେସ୍ ଏକ୍ସର ସିଇଓ ଏଲନ୍ ମସ୍କଙ୍କୁ ସାହାଯ୍ୟ ମାଗିଥିଲେ । ଏଲନ୍ ମସ୍କ ୟୁକ୍ରେନକୁ ସହାୟତାର ହାତ ବଢ଼ାଇବା ସହ ଷ୍ଟାରଲିଙ୍କ ଜରିଆରେ ଇଣ୍ଟରନେଟ୍ ସେବା ପ୍ରଦାନ କରିଛି ।

ଯୁଦ୍ଧରେ ଫେସବୁକ୍, ଗୁଗଲ୍

ଫେସବୁକର ପାରେଣ୍ଟ କମ୍ପାନୀ ମେଟା ଓ ଗୁଗଲ୍ ମଧ୍ୟ ଋଷ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହାର ଜବାବରେ ଗତ ସପ୍ତାହରେ ଋଷ ଫେସବୁକର ବ୍ୟବହାରକୁ ସୀମିତ କରି ଦେଇଥିଲା । ଫେସବୁକ୍  ଋଷ ସରକାରଙ୍କ କଥା ନଶୁଣିବାରୁ ଏଭଳି ପଦକ୍ଷେପ ନିଆ ଯାଇଥିବା କୁହାଯାଉଛି ।

 Russia Ukraine War Facebook Google Twitter Big Tech Companies May Play Important Role

ଟ୍ୱିଟର ଉପରେ ପ୍ରଭାବ

ଫେସବୁକ୍ ଭଳି ଋଷରେ ଟ୍ୱିଟର୍ ଉପରେ ପ୍ରଭାବ ପଡ଼ିଛି । ଟ୍ୱିଟର ସୂଚନା ଅନୁସାରେ, ଶନିବାର ଋଷର କେତେକ ଟ୍ୱିଟର ବ୍ୟବହାରକାରୀଙ୍କ ଆକାଉଣ୍ଟ ଅଚଳ କରି ଦିଆଯାଇଥିଲା । ଫେସବୁକରେ ଫଟୋ ଓ ଭିଡିଓ ଅପଲୋଡ୍ ସ୍ପିଡକୁ କମାଇ ଦିଆଯାଇଛି । ଏପରିକି ଫେସବୁକ୍ ମେସେଞ୍ଜର ଓପନ୍ ହେବାକୁ ୧୦ ମିନିଟରୁ ଅଧିକ ସମୟ ଲାଗୁଥିଲେ ମଧ୍ୟ ଖୋଲୁ ନାହିଁ ।

 Russia Ukraine War Facebook Google Twitter Big Tech Companies May Play Important Role

ଆୟ ବନ୍ଦ କଲା ୟୁଟ୍ୟୁବ୍

ୟୁକ୍ରେନ୍-ଋଷ ଯୁଦ୍ଧର ପ୍ରଭାବ ମୁଖ୍ୟତଃ ସୋସିଆଲ୍ ମିଡିଆ ଉପରେ ପଡ଼ିଛି । ଭିଡିଓ ଓ ଲାଇଭ୍ ଷ୍ଟ୍ରିମିଂ ପ୍ଲାଟଫର୍ମ ପ୍ରଭାବିତ ହୋଇଛନ୍ତି । ଏପରିକି ୟୁକ୍ରେନ୍ ମଧ୍ୟ ଟେକ୍ କମ୍ପାନୀ ଉପରେ ଚାପ ପକାଉଛି । ଗତ ସପ୍ତାହରେ ୟୁଟ୍ୟୁବ୍ ଅନେକ ଋଷ ଗଣମାଧ୍ୟମର ରୋଜଗାର ଉପରେ ରୋକ୍ ଲଗାଇଥିଲା । ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ବିଜ୍ଞାପନ ଜରିଆରେ ଆୟ ଉପରେ କଟକଣା ଲଗାଯାଇଛି । ଏଥିରେ ଆରଟି ସମେତ ଅନ୍ୟ ଋଷ ଗଣମାଧ୍ୟମ ସାମିଲ୍ ହୋଇଛନ୍ତି । ଗୁଗଲ୍ ୟୁକ୍ରେନ୍ ସୀମାରେ ଆରଟି ଆପ୍ ଡାଉନଲୋଡିଂକୁ ବନ୍ଦ କରି ଦେବା ସହ ୟୁକ୍ରେନରେ ଗୁଗଲ ମ୍ୟାପ୍ସର ଲାଇଭ୍ ଟ୍ରାଫିକ୍ ସେବାକୁ ହଟାଇ ଦେଇଛି ।

Leave a Reply