ୟୁକ୍ରେନ ଅସ୍ତ୍ର ଛାଡ଼ିଲେ ଯୁଦ୍ଧ ବନ୍ଦ ହେବ: ଭ୍ଲାଦିମିର୍ ପୁଟ୍ଟିନ୍

1 min read

ମସ୍କୋ: ଲମ୍ବା ଚାଲିବ ଯୁଦ୍ଧ । ଋଷ ଜାରି ରଖିବ ଆକ୍ରମଣ । ୟୁକ୍ରେନ୍ ଅସ୍ତ୍ର ଛାଡିଲେ ହିଁ ଯୁଦ୍ଧ ବନ୍ଦ ହେବ । ୟୁକ୍ରେନକୁ ଏଭଳି ରୋକଠୋକ ଶୁଣାଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟ୍ଟିନ୍ । ୟୁକ୍ରେନ ବିରୁଦ୍ଧରେ ଋଷର ସାମରିକ ଅପରେସନରେ ଶହଶହ ଜୀବନ ଗଲାଣି । ସମସ୍ତ ଦାବି ପୂରଣ କରିବା ପରେ ଯୁଦ୍ଧ ବନ୍ଦ ହେବ ବୋଲି କହିଛନ୍ତି ଋଷ୍ ରାଷ୍ଟ୍ରପତି । ତୁର୍କୀ ରାଷ୍ଟ୍ରପତିଙ୍କ ସହ କଥା ହେବା ସମୟରେ ଏଭଳି କହିଛନ୍ତି ପୁଟିନ୍ ।

Curfew Imposed In Ukraine Capital Kiev Russia War

ଋଷର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭ୍ଲାଦିମିର ପୁଟ୍ଟିନ୍ ତୁର୍କୀ ରାଷ୍ଟ୍ରପତିଙ୍କୁ ଏହା ସ୍ପଷ୍ଟ କରିଛନ୍ତି ଯେ, ସର୍ତ୍ତ ଯେପର୍ଯ୍ୟନ୍ତ ଗ୍ରହଣ ନହୋଇଛି ଋଷ ସେନା ୟୁକ୍ରେନରୁ ଫେରିବନାହିଁ  । ୟୁକ୍ରେନ୍-ରୁଷ ମଧ୍ୟରେ ଯୁଦ୍ଧ୧୨ଦିନରେ ପହଞ୍ଚିଛି । ଯୁଦ୍ଧରେ ଏଯାଏଁ ୧୧ହଜାରରୁ ଅଧିକ ରୁଷ ସୈନ୍ୟ ନିହତ ହୋଇଛନ୍ତି । ଏଥି ସହିତ ୪୪ଟି ଫାଇଟର୍ ଜେଟ୍, ୪୮ ଲଢୁଆ ହେଲିକପ୍ଟର ମଧ୍ୟ ନଷ୍ଟ ହୋଇଛି । ୨୮୫ଟି ଟ୍ୟାଙ୍କ ଧ୍ୱଂସ ହୋଇଥିବା ବେଳେ, ୧୦୯ ଆର୍ଟିଲାରି ଗନ୍ ଓ ୫୦ MLRS ନଷ୍ଟ ହୋଇଛି ୟୁକ୍ରେନ୍ ସରକାର ଦାବି କରିଛନ୍ତି  ।

America Vs Russia Which country is supporting whom in Ukraine Crisis

ଅନ୍ୟଟେ ଭାରତ ପକ୍ଷରୁ ଅପରେସନ ଗଙ୍ଗା ଜାରି ରହିଛି  । ଆଜି ୮ଟି ବିମାନ ବୁଡାପେଷ୍ଟରୁ ବାହାରିବ  । ଏଥିରେ ପାଖାପାଖି ୧୫ ଶହ ଲୋକ ଆସିବେ  । ଗୁଳି ବାଜି ଆହତ ହୋଇଥିବା ଛାତ୍ର ମଧ୍ୟ ଆଜି ଫେରିବେ ଭାରତ  । ଅପରେସନ ଗଙ୍ଗାରେ ସରକାର ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ବ୍ୟବସ୍ଥା କରିଛନ୍ତି ସରକାର ।