ଅଧିକରୁ ଅଧିକ ଭୟଙ୍କର ହେଉଛି ଋଷ-ୟୁକ୍ରେନ ଯୁଦ୍ଧ

1 min read

ନୂଆଦିଲ୍ଲୀ:  ଆହୁରି ଭୟଙ୍କର ହେଉଛି ଋଷ-ୟୁକ୍ରେନ ଯୁଦ୍ଧ । ଭୟଙ୍କର ସଂଘର୍ଷରେ ଛାରଖାର ହୋଇଛି ପୁରା ୟୁକ୍ରେନ । ଏବେ ବି ଅଧିକାଂଶ ସହରରେ ଗୁଳିଗୋଳା ମାଡ, ମିସାଇଲ ଆକ୍ରମଣ  ଜାରି ରହିଛି । ୟୁକ୍ରେନ ସୈନ୍ୟଙ୍କ ପାଲଟା ଆକ୍ରମଣରେ ଘାଇଲା ହୋଇଛି ଋଷ । ମସ୍କୋ ବାହିନୀ ଯୁଦ୍ଧକ୍ଷେତ୍ର ଛାଡ଼ି ପଳାୟନ କରୁଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଯୁଦ୍ଧ ଆରମ୍ଭ ପରଠାରୁ ଋଷ ସୈନ୍ୟ ଅଧିକାର କରିଥିବା ସହରଗୁଡ଼ିକରେ ଆକ୍ରମଣକୁ ଜୋରଦାର କରିଛି ୟୁକ୍ରେନ ।

ସେପଟେ ପୋର୍ଟ ସିଟି ଓଡେସାରେ ପାଓ୍ୱାର ନେଟଓ୍ବର୍କ ଉପରେ ଡ୍ରୋନ୍‌ ଯୋଗେ ଆକ୍ରମଣ ଜାରି ରଖିଛି ଋଷ । ଇରାନ ମେଡ୍‌ ଡ୍ରୋନରେ ଶକ୍ତି କ୍ଷେତ୍ରଗୁଡ଼ିକୁ ଋଷ ସୈନ୍ୟ ଧ୍ବଂସ କରି ଦେଇଛନ୍ତି । ଫଳରେ ପୋର୍ଟ ସିଟି ଓ ଏହାର ଆଖପାଖ ସହରର ପ୍ରାୟ ୧୫ ଲକ୍ଷ ଲୋକ ଅନ୍ଧକାରରେ ରହିଛନ୍ତି । ଡେନେସ୍କ ଓ ଲୁହାନସ୍କରେ ମଧ୍ୟ ଋଷ ଆକ୍ରମଣକୁ ଜୋରଦାର ଜାରି ରହିଛି । ଯୁଦ୍ଧ ଆରମ୍ଭ ପରଠାରୁ ଋଷ କବଜା କରିଥିବା ସହର ଗୁଡ଼ିକରେ ପୁଣିଥରେ ୟୁକ୍ରେନ ନିଜ ଅଧିକାରକୁ ଆଣିବାରେ ସଫଳ ହୋଇଛି ।