ଋଷକୁ ବଡ଼ ଝଟକା, ଆପଲ ଓ ଗୁଗୁଲ ପରେ ଏହି କମ୍ପାନୀଗୁଡ଼ିକ ଲଗାଇଲେ ପ୍ରତିବନ୍ଧକ

1 min read

କିଭ୍: ଋଷିଆ ଉପରେ ଟେକ୍ ଷ୍ଟ୍ରାଇକ୍ । ଋଷିଆ-ୟୁକ୍ରେନ୍ ଯୁଦ୍ଧ ସମୟରେ ଓ୍ୱେଷ୍ଟର୍ଣ୍ଣ ଓ୍ୱାର୍ଲଡ ଋଷିଆ ବିରୁଦ୍ଧରେ ଏକ ନିଷ୍ପତ୍ତିମୂଳକ ପନ୍ଥା ଆପଣାଇଛି  ।  କେବଳ ସରକାର ନୁହଁନ୍ତି ବରଂ ବିଗ୍ ଟେକ୍ କମ୍ପାନୀ ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି । ଆଉ ଟେକ୍ କମ୍ପାନୀଙ୍କ ଏହି ପଦକ୍ଷେପ ଋଷିଆକୁ ଦେଇଛି ଶକ୍ତ ଧକ୍କା ।

ରାଷ୍ଟ୍ରପତି ଭୋଲୋଦିମିର ଜେଲେଂସ୍କିଙ୍କ ଠାରୁ ଆରମ୍ଭ କରି ସାଧାରଣ ନାଗରିକଙ୍କ ପର୍ଯ୍ୟନ୍ତ ସମସ୍ତେ ଋଷିଆକୁ ଜବାବ ଦେବାପାଇଁ ଅଣ୍ଟା ଭିଡ଼ିଛନ୍ତି । ଋଷ୍ ସେନା ବିରୋଧରେ ଯୁଦ୍ଧ ଲଢ଼ିବାକୁ ବିଦେଶରେ ଥିବା ନିଜ ଦେଶର ନାଗରିକଙ୍କୁ ଅନୁରୋଧ କରିଛନ୍ତି ଜେଲେଂସ୍କି ଏବଂ କିଛି ମାତ୍ରାରେ ସଫଳତା ମଧ୍ୟ ହାସଲ କରିଛନ୍ତି । ଅନେକ ୟୁକ୍ରେନୀୟ ବିଦେଶରୁ ଫେରି ବନ୍ଧୁକ ଧରିଛନ୍ତି । ପାଶ୍ଚାତ୍ୟ ଦେଶ ଗୁଡ଼ିକ ବ୍ୟତୀତ ବିଗ୍ ଟେକ୍ କମ୍ପାନି ୟୁକ୍ରେନର ଏଭଳି ଦୁର୍ଦ୍ଦିନରେ ଛିଡ଼ା ହୋଇ ଋଷିଆ ପାଇଁ ସମସ୍ୟା ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ଇଣ୍ଟରନେଟର ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ଆଗେଇ ଆସିଛି SpaceX:

ଟ୍ୱିଟରରେ କରାଯାଇଥିବା ଏକ ଅନୁରୋଧ ରଖିଛନ୍ତି ଏଲନ ମସ୍କ ।  ଋଷର ସାଇବର ଆଟାକରେ ୟୁକ୍ରେନରେ ଇଣ୍ଟରନେଟ୍ ବନ୍ଦ ହୋଇଯାଇଥିଲା । ଏହି ସମୟରେ ୟୁକ୍ରେନ୍ ଉପ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍ ପଢି ଏଲନ୍ ମସ୍କ ୟୁକ୍ରେନ ପାଇଁ ତ୍ରାଣକର୍ତ୍ତା ଭାବେ ଉଭା ହୋଇଥିଲେ ସ୍ପେସଏକ୍ସ ମାଲିକ ଏଲନ ମସ୍କ  । ୟୁକ୍ରେନରେ ବନ୍ଦ ପଡିଥିବା ଇଣ୍ଟରନେଟ୍ ସ୍ପେସଏକ୍ସ ପାଇଁ ପୁଣି ଚାଲୁ ହୋଇଛି ।

ଋଷିଆରେ ସମସ୍ତ ବିକ୍ରି ବନ୍ଦ କରିଦେଇଛି ଆପଲ:

ୟୁକ୍ରେନର ଉପ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ପ୍ରଥମ ପର୍ଯ୍ୟାୟରେ ଆପଲ ଋଷିଆରେ ସମସ୍ତ ବିକ୍ରି ବନ୍ଦ କରିଦେଇଛି । ଆପଲ ମ୍ୟାପରେ ଟ୍ରାଫିକ୍ ଏବଂ ଲାଇଭ୍ ଦୁର୍ଘଟଣା ଅପଡେଟ୍ ମଧ୍ୟ ଦେଖିପାରିବେ ନାହିଁ ଋଷ୍ ବାସୀ । କେବଳ ସେତିକି ନୁହେଁ ଋଷିଆରେ ଆପ୍ ଷ୍ଟୋରକୁ ମଧ୍ୟ ବନ୍ଦ କରି ଦେଇଛି ଆପଲ ।ଏହାକୁ ବାଦ୍ ଦେଲେ RT ଏବଂ Sputnik AAPକୁ ଆପ୍ ଷ୍ଟୋରରୁ ହଟାଇ ଦେଇଥିବା କହିଛି ଆପଲ ।

ଆଲର୍ଟ କରୁଛି ମାଇକ୍ରୋସଫ୍ଟ:

ମାଇକ୍ରୋସଫ୍ଟର କହିବା ହେଉଛି ୟୁକ୍ରେନ ବିରୁଦ୍ଧରେ ସାଇବର ଆଟାକ୍ ବାବଦରେ ଚିହ୍ନଟ ଏବଂ ସତର୍କ କରାଇବା ପାଇଁ ମାଇକ୍ରୋସଫ୍ଟ ଅନବରତ ଚେଷ୍ଟା କରୁଛି । ଆପଲ ଭଳି ମାଇକ୍ରୋସଫ୍ଟ ମଧ୍ୟ ଆପ୍ ଷ୍ଟୋରରୁ  RT ଏବଂ Sputnikକୁ ହଟାଇ ଦେଇଛି ।

ଅପପ୍ରଚାରକୁ ହ୍ରାସ କରୁଛନ୍ତି ମେଟା, ଟ୍ୱିଟର ଏବଂ ୟୁଟ୍ୟୁବ୍:

ମେଟା, ଟ୍ୱିଟର ଏବଂ ୟୁଟ୍ୟୁବ୍ ଋଷିଆର ଅପପ୍ରଚାର ଅଭିଯାନକୁ ହ୍ରାସ କରିବା ପାଇଁ ସାହାଯ୍ୟ କରୁଛନ୍ତି । ଯେପରିକି ଋଷିଆର ବିଜ୍ଞାପନ ଉପରେ କଟକଣା ଲଗାଯାଇଛି । ଏଗୁଡ଼ିକୁ ବାଦ୍ ଦେଲେ ଆଉ ଗୋଟିଏ ପାଦ ଆଗକୁ ଯାଇଛି ୟୁଟ୍ୟୁବ୍ । ୟୁଟ୍ୟୁବ୍ ଋଷିଆର ବିଜ୍ଞାପନକୁଡ଼ିକୁ ଡିମନିଟାଇଜ୍ କରିଦେଇଛି ।

ଲାଇଭ୍ ଟ୍ରାଫିକକୁ ଅକାମି କରି ଦେଇଛି ଗୁଗଲ:

ଶରଣାର୍ଥୀଙ୍କୁ ସାହାଯ୍ୟ କରିବାକୁ ସର୍ଚ୍ଚ ଅପ୍ସନ ଏବଂ ମ୍ୟାପ୍ ସେବାକୁ ଅପଡେଟ୍ କରିଥିବା କହିଛି ସର୍ଚ୍ଚ ଇଞ୍ଜିନ୍ ଗୁଗଲ  । ଏହା ସହିତ ସ୍ଥାନୀୟ ଲୋକଙ୍କ ସୁରକ୍ଷା ପାଇଁ ଲାଇଭ୍ ଟ୍ରାଫିକକୁ ମଧ୍ୟ ଗୁଗଲ ହଟାଇ ଦେଇଛି । ଅନ୍ୟଗୁଡ଼ିକ ଭଳି ଏହା ମଧ୍ୟ RT ଏବଂ Sputnikକୁ ବ୍ଲକ୍ କରି ଦେଇଛି ।

ପ୍ରସାରଣ ବନ୍ଦ କରି ଦେଇଛି ନେଟଫ୍ଲିକ୍ସ:

ଋଷର ୨୦ଟି ଚ୍ୟାନେଲକୁ ନିଜ ପ୍ଲାଟଫର୍ମରେ ଆଡ୍ କରିବାକୁ ମନା କରି ଦେଇଛି ନେଟଫ୍ଲିକ୍ସ । ସିଡି ପ୍ରୋଜେକ୍ଟ ରେଡ୍ ଋଷ୍ ଏବଂ ବେଲାଋଷରେ ସାଇବରପଙ୍କ୍ ୨୦୭୭ ଭିଡ଼ିଓ ଗେମ୍  ବିକ୍ରି ବନ୍ଦ କରି ଦେଇଛି