spot_img

Latest Posts

ୟୁକ୍ରେନ ପ୍ରସଙ୍ଗକୁ ନେଇ ମଙ୍ଗଳବାର ବାଇଡେନ-ପୁଟିନ୍ ଆଲୋଚନା

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ବର୍ଡରରେ ଲଗାତର ଜାରି ରହିଛି ଉତ୍ତେଜନା । ଋଷ ଲଗାତର ଭାବରେ ୟୁକ୍ରେନ ସୀମାରେ ଅଧିକ ସଂଖ୍ୟକ ସେନା ଠୁଳ କରୁଛି । ଆମେରିକା ଗୁଇନ୍ଦା ବିଭାଗର ତଥ୍ୟ ଅନୁସାରେ ଆସନ୍ତା ଜାନୁଆରୀ ମାସରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ଋଷ। ତେବେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ନେଇ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଋଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ ଆଲୋଚନା କରିବାକୁ ଯାଉଛନ୍ତି । ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ଭର୍ଚ୍ୟୁଆଲରେ ମିଟିଂରେ ଆଲୋଚନା କରିବେ । ଏନେଇ ସ୍ପଷ୍ଟ କରିଛନ୍ତି ଋଷ ରାଷ୍ଟ୍ରପତି ଭବନର ମୁଖପାତ୍ର ଦିମିତ୍ରୀ ପେସକେଭ ।

ୟୁକ୍ରେନକୁ NATO ମିଲିଟ୍ରୀ ଅଲାୟନ୍ସରେ ସାମିଲ ନ କରିବା ପାଇଁ ଋଷ ଲଗାତର ଭାବରେ ଆମେରିକା ଉପରେ ଚାପ ସୃଷ୍ଟି କରୁଛି। କିନ୍ତୁ NATOର ମହାସଚିବ ଜେନ୍ସ୍ ଷ୍ଟୋଲ୍ଟେନବର୍ଗ ସିଧାସଳଖ ଭାବରେ କହିଛନ୍ତି କି ଏହି ଆଲୟନ୍ସରେ କାହାକୁ ସାମିଲ କରାଯିବ, କାହାକୁ କରାଯିବ ନାହିଁ ସେଥିରେ ଋଷର କିଛି ଭୂମିକା ନାହିଁ । ତେବେ ଏପରି ସ୍ଥିତିରେ ଆମେରିକା ଗୁଇନ୍ଦା ସୂଚନା ଦେଇଛି କି ଋଷ ୟୁକ୍ରେନ ସୀମାରେ ୭୦ ହଜାର ସୈନିକ ଠୁଳ କରିଛି ଏବଂ ଆସନ୍ତା ଜାନୁଆରୀରେ ଆକ୍ରମଣ କରିପାରେ ବୋଲି ମଧ୍ୟ ଆଶଙ୍କା ପ୍ରକାଶ କରିଛି ଆମେରିକା ଗୁଇନ୍ଦା ବିଭାଗ ।

ଋଷ ଆମ ଉପରେ ଆକ୍ରମଣ କରିପାରେ ବୋଲି ମଧ୍ୟ ଆଶଙ୍କା ପ୍ରକାଶ କରିଛି ୟୁକ୍ରେନ ସରକାର । ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀ ଓଲେକସି ରେଜନିକୋଭ୍ କହିଛନ୍ତି କି ଆମ ସୀମା ନିକଟରେ ଋଷ ୯୪ ହଜାର ୩୦୦ ସୈନିକ ଠୁଳ କରିଛି ଏବଂ ଜାନୁଆରୀରେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ମଧ୍ୟ କହିଛନ୍ତି ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀ । ୨୦୨୨ ଜାନୁଆରୀରେ ଋଷ ଆମ ଉପରେ ଆକ୍ରମଣ କରିପାରେ । ତେବେ ଏପରି ସ୍ଥିତିରେ ବାଇଡେନ ଓ ପୁଟିନଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ ଏବଂ ଏହି ଦୁଇ ଦେଶ ମଧ୍ୟରେ ଲାଗିରହିଥିବା ଉତ୍ତେଜନାର ସମାଧାନର ସୂତ୍ର ଏହି ଆଲୋଚନାରୁ ବାହାରିବ ବୋଲି ମଧ୍ୟ ଆଶା କରାଯାଉଛି ।

Latest Posts

Don't Miss