ରାତି ୨ଟା ୩୦ରେ ୟୁକ୍ରେନ ଉପରେ ଋଷ କରିବ ଆକ୍ରମଣ !

1 min read

ମସ୍କୋ: ଅଧରାତିରେ ଆରମ୍ଭ ହେବ ଯୁଦ୍ଧ । ରାତି ୨ଟା ୩୦ରେ ଋଷ କରିବ ଆକ୍ରମଣ  ।  ଜାତୀୟ ସମ୍ବାଦ ସରାବରାହ ସଂସ୍ଥା ପକ୍ଷରୁ ଏହି ଖବର ପ୍ରକାଶ ପାଇବା ପରେ ଖେଳିଛି ଆତଙ୍କ । ଋଷ ଆସନ୍ତାକାଲି ଅର୍ଥାତ ଆଜି ବିଳମ୍ବିତ ରାତିରେ କରିପାରେ ହମଲା  ।  କ୍ଷେପଣାସ୍ତ୍ର ମାଡ କରିବ ବୋଲି ଆମେରିକାର ଉଚ୍ଚସ୍ତରୀୟ ସୂତ୍ରରୁ ସୂଚନା ଦିଆଯାଇଛି । ଏହା ସହ ୟୁକ୍ରେନ ସୀମାରେ ଏକାଦିକ୍ରମେ ୨ ଲକ୍ଷରୁ ଅଧିକ ଋଷୀୟ ସୈନ୍ୟ ଆକ୍ରମଣ କରିପାରନ୍ତି ବୋଲି ସତର୍କ କରିଦିଆ ଯାଇଛି । ନାଟୋ ମହାସଚିବ ଜେନସ ଷ୍ଟୋଲନବର୍ଗ କହିଛନ୍ତି- ସୈନ୍ୟ ପ୍ରତ୍ୟାହାର ନେଇ ଋଷ ଯାହା କହୁଥିଲା ତାହା ଭୁଲ ।

ସୀମାରେ ଋଷ ସୈନ୍ୟ ଅଧିକରୁ ଅଧିକ କାୟା ମେଲାଇବାରେ ଲାଗିଛନ୍ତି । ଆଜି ସକାଳେ ଋଷ ପକ୍ଷରୁ କୁହାଯାଇଥିଲା ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଛି । ପୂର୍ବ ୟୁରୋପର ବିଭିନ୍ନ ରାଷ୍ଟ୍ରରେ ନାଟୋ ନିଜ ସାମରିକ କାର୍ଯ୍ୟକଳାପ ବାତିଲ କରିବା, ପୋଲାଣ୍ଡ ଓ ବଲଟିକ୍ସରୁ ନାଟୋ ସୈନ୍ୟ ଅପସାରଣ କରିବା, ୟୁକ୍ରେନକୁ ନାଟୋ ସଦସ୍ୟଭୁକ୍ତ ନ କରିବା, ନାଟୋକୁ ପୂର୍ବଦିଗକୁ ସମ୍ପ୍ରସାରଣ ନ କରିବା, ଆମେରିକା ଓ ୟୁରୋପରେ ଆଣବିକ କାର୍ଯ୍ୟକ୍ରମ ବନ୍ଦ କରିବା ଦାବିରେ ଅଟଳ ରହିଛି ଋଷ ।

ଏହାସହ ପୋଲାଣ୍ଡ, ଏସ୍ତୋନିଆ, ଲାଟଭିଆ, ସ୍ଲୋଭାକିଆ, ହଙ୍ଗେରୀ, ଲିଥୁଆନିଆକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ମଧ୍ୟ ଦାବି କରିଆସୁଛି ଋଷ । ତେଣେ ଅସ୍ଥାୟୀ ଭାବେ ୟୁକ୍ରେନ ଛାଡିବା ଲାଗି ଭାରତୀୟଙ୍କୁ ନିର୍ଦ୍ଦେଶ ଦେଇଛି ଦୂତାବାସ । ଜରୁରୀ କାର୍ଯ୍ୟ ନଥିଲେ ବୁଲାବୁଲି ନ କରିବା ଏବଂ ଦୂତାବାସ ସହ ନିୟମିତ ଯୋଗସୂତ୍ରରେ ରହିବା ଲାଗି ଭାରତୀୟଙ୍କୁ କୁହାଯାଇଛି ।

Leave a Reply