spot_img

Latest Posts

ଭାରତୀୟଙ୍କୁ ପୁତିନଙ୍କ ବଡ ଉପହାର, ୨୦୨୫ରୁ ଋଷିଆକୁ ଭିସା ଫ୍ରୀ ଯାତ୍ରା

ନନ୍ଦିଘୋଷ ବ୍ୟୁରୋ:  ଭାରତ ଏବଂ ଋଷିଆ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆଜି ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ପୂର୍ବ ଅପେକ୍ଷା ଭଲ ଏବଂ ମଜବୁତ କରିବା ପାଇଁ ଅନେକ ସମୟରେ ଆଲୋଚନା ହୋଇଥାଏ  । ବର୍ତ୍ତମାନ ଋଷିଆର ପୁଣି ଥରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯାହା ଭାରତୀୟମାନଙ୍କ ପାଇଁ ଏକ ବଡ଼ ଉପହାର । ୨୦୨୫ ମସିହାଠୁ ଭାରତୀୟମାନେ ଋଷିଆର ଭିସା ମୁକ୍ତ ଯାତ୍ରାର ମଜା ଉଠାଇବେ ।

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଋଷିଆର ନୂତନ ଭିସା ନିୟମ ଲାଗୁ ହେବା ପରେ ଭାରତୀୟମାନେ ବିନା ଭିସାରେ ଋଷିଆ ଯାଇପାରିବେ। ଏହାପୂର୍ବରୁ ଜୁନ୍ ମାସରେ ଋଷିଆ ଏବଂ ଭାରତ ପରସ୍ପର ଭିସା ପ୍ରତିବନ୍ଧକକୁ ହ୍ରାସ କରିବା ପାଇଁ ଦ୍ୱିପାକ୍ଷିକ ଚୁକ୍ତି ଉପରେ ଆଲୋଚନା କରିଥିବା ପ୍ରକାଶ ପାଇଥିଲା । ତେବେ ଅଗଷ୍ଟ ୨୦୨୩ରୁ ରୁଷିଆ ଯାତ୍ରା କରିବାକୁ ହେଲେ ଭାରତୀୟମାନେ ଇ-ଭିସା ପାଇଁ ଯୋଗ୍ୟ ବିବେଚିତ ହେବେ । ତେବେ ଇ-ଭିସା ଜାରି କରିବାକୁ ପ୍ରାୟ ଚାରି ଦିନ ସମୟ ଲାଗିଥାଏ।

ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଗତବର୍ଷ ଜାରି ହୋଇଥିବା ଇ-ଭିସା ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଶ୍ରେଷ୍ଠ ପାଞ୍ଚଟି ଦେଶ ମଧ୍ୟରେ ସ୍ଥାନ ପାଇଛି। ଭାରତୀୟ ଯାତ୍ରୀମାନଙ୍କୁ ରୁଷ ୯୫୦୦ ଇ-ଭିସା ପ୍ରଦାନ କରିଛି । ମୁଖ୍ୟତଃ ଭାରତୀୟମାନେ ବ୍ୟବସାୟ କିମ୍ବା ପରିଭ୍ରମଣ ପାଇଁ ଋଷିଆକୁ ଯାଆନ୍ତି | ୨୦୨୩ ମସିହାରେ ୬୦ହଜାରରୁ ଅଧିକ ଭାରତୀୟ ମସ୍କୋ ପରିଦର୍ଶନ କରିଥିଲେ, ଯାହା ୨୦୨୨ତୁଳନାରେ ୨୬ପ୍ରତିଶତ ଅଧିକ | ଅଣ-ସିଆଇଏସ୍ ଦେଶ ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ଅଛି ଯେଉଁଠାରୁ ଅଧିକାଂଶ ଲୋକ ଋଷିଆକୁ ଯାତ୍ରା କରନ୍ତି । କେବଳ୨୦୨୪ର ପ୍ରଥମ ତ୍ରୟୋମାସରେ ପ୍ରାୟ ୧୭୦୦ ଇ-ଭିସା ପ୍ରଦାନ କରାଯାଇଥିଲା । ଋଷିଆ ଭିସା ମୁକ୍ତ କରିବା ପୂର୍ବରୁ ଚୀନ୍ ଏବଂ ଇରାନରୁ ଯାତ୍ରୀମାନଙ୍କୁ ଭିସାମୁକ୍ତ ପ୍ରବେଶ ଅନୁମତି ଦେଇଥାଏ। ବର୍ତ୍ତମାନ ଋଷିଆ ମଧ୍ୟ ଭାରତ ସହିତ ଭିସା ମୁକ୍ତ ଯାତ୍ରା ଉପରେ ବିଚାର କରୁଛି ।

Latest Posts

Don't Miss