ବିଶ୍ୱର ସବୁଠୁ ଘାତକ ମିସାଇଲର ପରୀକ୍ଷଣ କଲା ଋଷ, ଚିନ୍ତାରେ ଆମେରିକା

ମସ୍କୋ: ବିଶ୍ୱର ସବୁଠୁ ଘାତକ ମିସାଇଲର ପରୀକ୍ଷଣ କରିଛି ଋଷ୍‌  । ଆମେରିକାକୁ ଡରେଇବା ଉଦେଶ୍ୟରେ ଋଷ ଏଭଳି କରିଥିବା କୁହାଯାଉଛି  । ସମୁଦ୍ର ମଝିରେ ଋଷ ଏହି ଟେଷ୍ଟ କରିଥିବା ବେଳେ ମିସାଇଲକୁ ଟ୍ରାକ୍‌ କରିବା ଅସମ୍ଭବ ବୋଲି ଋଷ ବୈଜ୍ଞାନିକ ମାନେ କହିଛନ୍ତି  । ମିସାଇଲର ପରୀକ୍ଷଣ ସଫଳ ହୋଇଥିବା ବେଳେ ୪୫୦ କିଲୋମିଟର ଦୂରରେ ଥିବା ଟାର୍ଗେଟକୁ ଧ୍ୱସ କରିଦେଇଛି  ।

ତେବେ ଧ୍ୱନିର ଗତିଠୁ ୮ ଗୁଣା ଅଧିକ କ୍ଷିପ୍ର ଗତିରେ ଯାଇପାରେ ଏହି ମିସାଇଲ । ଟାର୍ଗେକୁ ଧ୍ୱଂଶ କରିବା ପୂର୍ବରୁ ଏହି ମିସାଇଲକୁ କେହି ବି ଅଟକାଇପାରିବେ ନାହିଁ । ମିସାଇଲର ନାଁ ଜିରକୋନ ରଖାଯାଇଛି  । ମ୍ୟାକ ୮ ଗତିରେ ଏହି ମିସାଇଲ ଉତକ୍ଷେପଣ ହୋଇଥାଏ  । ଘଣ୍ଟାକୁ ୯ ହଜାର ୮୭୮ କିଲୋମିଟର ଗତିରେ ମିସାଇଲ ପ୍ରତିପକ୍ଷକୁ ଆକ୍ରମଣ କରିବାର କ୍ଷମତା ରହିଛି ଏହି ଏହି ମିସାଇଲ ପାଖରେ ।

ତେବେ ଋଷର ଏହି ମିସାଇଲ ପରୀକ୍ଷଣ ପରେ ଭୟଭୀତ ହୋଇପଡ଼ିଛି ଆମେରିକା । ଏବଂ ମିସାଇଲର ସଫଳତା ଉପରେ ଆମେରିକା ତାର ଚିନ୍ତା ପ୍ରକାଶ କରିଛି । କାରଣ ମାତ୍ର ୫ ମିନିଟରେ ମିସାଇଲଚି ଆମେରିକାର କିଛି ସହରକୁ ଧ୍ୱଂସ କରିବାରେ ସଫଳ ହୋଇପାରେ ବୋଲି ଅନୁମାନ କରାଯାଉଛି ।

Leave a Reply