ଋଷରେ ସୈନ୍ୟ ସଂକଟ, ୟୁକ୍ରେନ୍ ସହ ଲଢ଼ିବାକୁ ସିରିଆରୁ ଭଡ଼ାରେ ଆସିବେ ଯବାନ

1 min read
Russia Running Short Of Soldiers Putin Recruiting Foreign Fighters

ନୂଆଦିଲ୍ଲୀ: ଦମ୍ ଦେଖାଇ ୟୁକ୍ରେନ ଦଖଲ ପାଇଁ ପଶିଥିଲା ପୁଟିନ୍ ସେନା । ହେଲେ ଏବେ ଅବସ୍ଥା ବିଗିଡ଼ି ଗଲାଣି । ୟୁକ୍ରେନ୍ ଉପରେ ଘନ ଘନ ଆକ୍ରମଣ ଋଷ ସେନାକୁ ଭାରି ପଡ଼ିଛି । ସୈନ୍ୟ ସଂକଟର ସମ୍ମୁଖୀନ ଋଷ ଏବେ ବାହାରୁ ସୈନ୍ୟ ଭଡ଼ାରେ ଆଣି ୟୁକ୍ରେନ୍ ସହ ଲଢ଼ିବ । ବିଶେଷକରି ମଧ୍ୟପୂର୍ବ ରାଷ୍ଟ୍ର ସିରିଆରୁ ସୈନ୍ୟ ଆଣିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି ଋଷ । ଶୁକ୍ରବାର ଏ ସମ୍ପର୍କିତ ନିଷ୍ପତ୍ତିରେ ମୋହର ମାରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ।

Russia Running Short Of Soldiers Putin Recruiting Foreign Fighters

ଖବର ଅନୁସାରେ, ଋଷ ସେନାରେ ଭର୍ତ୍ତି ପାଇଁ ମଧ୍ୟପୂର୍ବ ରାଷ୍ଟ୍ରରୁ ପ୍ରାୟ ୧୬ ହଜାର ଆବେଦନ ଆସିଛି । ଯଦିଓ ନିର୍ଦ୍ଦିଷ୍ଟ କେଉଁ ଦେଶରୁ କେତେ ଆବେଦନ ଆସିଛି ତାହା ଋଷ ସ୍ପଷ୍ଟ କରୁନାହିଁ । ତଥାପି ସିରିଆରୁ ସର୍ବାଧିକ ଆବେଦନ କରାଯାଇଥିବା କୁହାଯାଇଛି । ନିକଟରେ ୟୁକ୍ରେନ୍ ସରକାର କହିଥିଲେ, ବିଦେଶରେ ରହୁଥିବା ବିଶେଷକରି ପାଶ୍ଚାତ୍ୟ ରାଷ୍ଟ୍ରରେ ଥିବା ୨୦ ହଜାର ୟୁକ୍ରେନ୍ ନାଗରିକ ସେନାରେ ସାମିଲ୍ ହେଉଛନ୍ତି । ୟୁକ୍ରେନର ଏଭଳି ମନ୍ତବ୍ୟ ପରେ ଛାନିଆ ଋଷ ବିଦେଶୀ ଲୋକଙ୍କୁ ସେନାରେ ସାମିଲ୍ କରିବା ପାଇଁ ଆବେଦନ ଗ୍ରହଣ କରୁଛି ।

Russia Running Short Of Soldiers Putin Recruiting Foreign Fighters

ମିଳିଥିବା ସୂଚନା ଅନୁସାରେ, ସିରିଆ ସହ ଚେଚନିଆ ନାଗରିକ ମଧ୍ୟ ଋଷ ସେନାରେ ସାମିଲ୍ ପାଇଁ ଆବେଦନ କରିଛନ୍ତି । ଏବେ ଋଷର ପ୍ରାୟ ୧ ଲକ୍ଷ ୯୦ ହଜାର ଯବାନ ୟୁକ୍ରେନରେ ପଶିଥିବା ପେଣ୍ଟାଗନ ଦାବି କରୁଛି । ଆଉ ସେଥି ମଧ୍ୟରୁ ଯୁଦ୍ଧରେ ୨ରୁ ୪ ହଜାର ଯବାନ ପ୍ରାଣ ହରାଇ ସାରିଲେଣି । ଯଦିଓ ଋଷର ରିଜର୍ଭ ସେନା ଠାରୁ ୟୁକ୍ରେନର ମୋଟ ଯବାନଙ୍କ ସଂଖ୍ୟା କମ୍ । ତଥାପି ଋଷ ବିଦେଶୀ ଲୋକଙ୍କୁ ସେନାରେ ଭର୍ତ୍ତି କରୁଛି ।

Russia Running Short Of Soldiers Putin Recruiting Foreign Fighters

ୱାର୍ ନୋଟ୍ସ ଅନୁସାରେ, ଋଷ ପାଖରେ ୟୁକ୍ରେନର ମୋଟ ସୈନ୍ୟ ଠାରୁ ଅଧିକ ଯବାନ ଅଛନ୍ତି ସତ । କିନ୍ତୁ ସେମାନେ ଯୁଦ୍ଧ ଲଢ଼ିବାକୁ ସକ୍ଷମ ନୁହଁନ୍ତି । ମାତ୍ର ୪ରୁ ୫ ହଜାର ଋଷ ସୈନ୍ୟ ଯୁଦ୍ଧ ଲଢ଼ିବାର ଟ୍ରେନିଂ ନେଇଛନ୍ତି ଅଥବା ଯୁଦ୍ଧ କରିବାକୁ ପ୍ରସ୍ତୁତ ବୋଲି ୱାର ନୋଟ୍ସ କହିଛି ।

Russia Running Short Of Soldiers Putin Recruiting Foreign Fighters

ତେବେ ୟୁକ୍ରେନ୍ ସହ ଲଢ଼ିବାକୁ ସିରିଆରୁ କାହିଁକି ଋଷ ସୈନ୍ୟ ଆଣୁଛି ? ବିଶେଷଜ୍ଞଙ୍କ ଅନୁସାରେ, ୟୁକ୍ରେନରେ ଲଢ଼ିବା ପାଇଁ ସିରିଆ ସୈନ୍ୟକୁ ଆଣିବା, ଜହ୍ନରେ ମଙ୍ଗଳ ଗ୍ରହର ଲୋକଙ୍କୁ ଆଣି ଲଢ଼ିବା ଭଳି । ତେବେ ୟୁକ୍ରେନ୍-ଋଷ ଯୁଦ୍ଧ କେବେ ସରିବ ତାହା କହିବା ମୁସ୍କିଲ୍ । ଫେବ୍ରୁଆରୀ ୨୪ରେ ୟୁକ୍ରେନ୍ ଉପରେ ଋଷ ଆକ୍ରମଣ ଆରମ୍ଭ କରିଥିଲା । ଇତି ମଧ୍ୟରେ ଯୁଦ୍ଧକୁ ତିନି ସପ୍ତାହ ବିତିଲାଣି । ତଥାପି ଋଷ ଏବେ ଯାଏ ୟୁକ୍ରେନ୍ ରାଜଧାନୀ କିଭ୍ ସମେତ ଖାର୍କିଭ୍ ଭଳି ଅନ୍ୟ ସହରକୁ ସମ୍ପୂର୍ଣ୍ଣ ଭାବେ କବଜା କରିପାରିନି ।

Russia Running Short Of Soldiers Putin Recruiting Foreign Fighters

ଅନ୍ୟପଟେ ଦୀର୍ଘ ୧୧ ବର୍ଷ ଧରି ଗୃହ ଯୁଦ୍ଧକୁ ସାମ୍ନା କରିଥିବା ସିରିଆ ସୈନ୍ୟ ଯୁଦ୍ଧରେ ବେଶ୍ ପାରଙ୍ଗମ୍ । ସିରିଆ ସୈନ୍ୟଙ୍କ ପାଖରେ ସିରିଆ ଗୃହ ଯୁଦ୍ଧ ସହ ୨୦୧୪ରେ ଇରାକ୍ ଓ ସିରିଆ ଇସଲାମିକ୍ ଷ୍ଟେଟ୍ ଗ୍ରୁପ ଯୁଦ୍ଧର ଅଭିଜ୍ଞତା ରହିଛି । ଏସବୁକୁ ଦେଖି ୟୁକ୍ରେନର ସହରାଞ୍ଚଳରେ ଯୁଦ୍ଧ ପାଇଁ ବିଦେଶୀ ସୈନ୍ୟ ବିଶେଷକରି ସିରିଆ ଯବାନଙ୍କୁ ସେନାରେ ନିୟୋଜିତ କରିବାକୁ ଚାହୁଁଛି ଋଷ ।