କରୋନା ସଙ୍କଟ: ଆମେରିକାଠାରୁ ବଳି ଯିବ କି ଋଷର ଅବସ୍ଥା ?

ମାସ୍କୋ:  ଚୀନ, ଆମେରିକା, ସ୍ପେନ, ଇଟାଲିର ଅବସ୍ଥା ଖରାପ କରିବା ପରେ ଏବେ କରେନାର ଟାର୍ଗେଟରେ ଆସିଛି ଋଷ । ଋଷରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ କରେନା ମାମଲା ସାମ୍ନାକୁ ଆସିଛି  । ଋଷରୁ ଗୋଟିଏ ଦିନରେ ୧୦୬୩୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଋଷରେ ଏବେ କରୋନାଭାଇରସରେ ସମୁଦାୟ ୧୩୪,୬ ୮୭ଜଣ ସଂକ୍ରମିତ ହୋଇଛନ୍ତି । କୋରନା ଭାଇରସର ସଂକ୍ରମଣରେ ଋଷ ଦୁନିଆର ୭ନମ୍ବର ସ୍ଥାନରେ ରହିଛି । ଋଷରେ ୧୨୮୦ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଆମେରିକା, ସ୍ପେନ, ଇଟାଲି ଭଳି ଦେଶ ତୁଳନା ଋଷରେ ଅଧିକ ଲୋକେ ସଂକ୍ରମଣରେ ମୃତ୍ୟୁ ବରଣ କରିନାହାଁନ୍ତି । ଅନ୍ୟ ଦେଶମାନଙ୍କ ତୁଳନା ଋଷରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ବହୁତ୍ କମ୍ କିନ୍ତୁ ରବିବାର ଦିନ ହିଁ କରୋନା ଭାଇରସରେ ଋଷରେ ୫୮ ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି । ରୁଷର ରାଜଧାନୀ ମାସ୍କୋ ସବୁଠାରୁ ଖରାପ ଅବସ୍ଥାରେ ଅଛି । କରୋନା ସଂକ୍ରମିତଙ୍କ ସଂଖ୍ୟା  ଏଠାରେ ଅଧିକ । ଏହାସହ ଏଠାକାର ଚିକିତ୍ସା ବ୍ୟବସ୍ଥା ପ୍ରଣାଳୀ ସମ୍ପୂର୍ଣ୍ଣ ଖରାପ ଅବସ୍ଥାରେ ରହିଛି । ତେଣୁ ମସ୍କୋରେ ପ୍ରତିଦିନ ପ୍ରାୟ ୧୭୦୦ ଲୋକ ଭର୍ତ୍ତି ହେଉଛନ୍ତି ।

ମାସ୍କୋର ମେୟର ସର୍ଗେଇ ଶନିବାର ଦିନ କହିଛନ୍ତି ଯେ, ଆମ ସମସ୍ତଙ୍କୁ ଏବେ ସତର୍କ ରହିବାକୁ ପଡ଼ିବ, ଯେମିତି କି ଆମେ କରୋନା ଭାଇରସ୍ ଠାରୁ ବଞ୍ଚି ପାରିବା । କାରଣ ଆମର ଏଠାରେ ଯଦିଓ କରୋନା ମୃତ୍ୟୁ ସଂଖ୍ୟା କମ୍ କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ତୀବ୍ର ଗତିରେ ବୃଦ୍ଧି ପାଉଛି ।

ସେ ଏହା ମଧ୍ୟ କହିଛନ୍ତି ରାଜଧାନୀରେ ୨ ପ୍ରତିଶତ ଅର୍ଥାତ୍ ପ୍ରାୟ ୨.୫୦ ଲକ୍ଷ ଲୋକଙ୍କର କରୋନା ପରୀକ୍ଷା କରାଯାଇଛି । ରବିବାର ଦିନ, ମସ୍କୋରେ ୫୯୪୮ କରୋନା ରୋଗୀ ସାମ୍ନାରୁ ଆସିଥିଲେ । ଏହା ସହିତ ସହରର ମୋଟ କରୋନା ରୋଗୀ ସଂଖ୍ୟା ୬୮,୬୦୬ କୁ ବୃଦ୍ଧି ପାଇଛି ।

ମାସ୍କୋରେ ଲକଡାଉନ୍ କଡ଼ାକଡ଼ି ଭାବେ ପାଳନ କରାଯାଇଛି ।  ଏହି ସହରରେ ପ୍ରାୟ ୧.୨୦ କୋଟି ଲୋକ ନିଜ ଘରେ ହିଁ ରହୁଛନ୍ତି । ରାଷ୍ଟ୍ରପତି ବ୍ଲାଦିମୀରପୁତିନ ଋଷର ଲୋକଙ୍କୁ ଚେତାବନୀ ଦେଇଛନ୍ତି ଯେ, ମହାମାରୀର ସବୁଠାରୁ ଖରାପ ପର୍ଯ୍ୟାୟ ଏପର୍ଯ୍ୟନ୍ତ ଆସି ନାହିଁ ତେଣୁ ସୁରକ୍ଷିତ ରୁହନ୍ତୁ ।

ଏହି ସପ୍ତାହରେ, ଋଷର ପ୍ରଧାନମନ୍ତ୍ରୀ ମିଖାଇଲ୍ ମିଶୁସ୍ତିନ୍ କରୋନା ସଂକ୍ରମିତ ହୋଇଥିଲେ। ଏହା ପରେ ଶୁକ୍ରବାର ଦିନ ଅନ୍ୟ ବରିଷ୍ଠ ମନ୍ତ୍ରି ଭ୍ଲାଦିମିର ୟାକୁଶେଭ ମଧ୍ୟ କରୋନାରେ ପୀଡିତ ଥିଲେ ।

ଋଷରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ରୁଷ ସରକାର ଦେଶରେ କରାଯାଇଥିବା କରୋନା ପରୀକ୍ଷଣ ସଂଖ୍ୟାକୁ ଦିନକୁ ୪୦ ହଜାରକୁ ବୃଦ୍ଧି କରିଛନ୍ତି । ଯେଉଁମାନେ କରୋନା ସଂକ୍ରମିତ ହେଉଛନ୍ତି, ସେମାନଙ୍କ ଠାରେ ଲକ୍ଷଣ ଦେଖାଯାଉନାହିଁ । ତେଣୁ ଏହା ଏବେ ଚିନ୍ତାର କାରଣ ପାଲଟିଛି ।

ଭ୍ଲାଦିମିର ପୁଟିନ ମଧ୍ୟ ସ୍ୱୀକାର କରିଛନ୍ତି ଯେ ତାଙ୍କ ଦେଶରେ କରୋନା କିଟର ତୀବ୍ର ଅଭାବ ରହିଛି । କିଛି ଦିନ ପୂର୍ବରୁ ପୁତିନ ନିଜେ ମସ୍କୋର ଏକ ଡାକ୍ତରଖାନା ପରିଦର୍ଶନ କରିବାକୁ ଯାଇଥିଲେ। ଯେଉଁଠାରେ ସେ ହଳଦିଆ ରଙ୍ଗର ଏକ ପିପିଇ କିଟ୍ ପିନ୍ଧିଥିବାର ଦେଖାଯାଇଥିଲା ।

Leave a Reply