ପରମାଣୁ ବୋମା ଟିମକୁ ଆଲର୍ଟ କଲେ ପୁତିନ, ବୁଝାମଣା ପାଇଁ ରାଜି ହୋଇପାରେ ୟୁକ୍ରେନ୍

1 min read

ମସ୍କୋ: ୟୁକ୍ରେନ- ଋଷ ଭିତରେ ଜାରି ରହିଛି ଗୋଳା ବାରୁଦ ବର୍ଷଣ  । ଯୁଦ୍ଧ ପରିସ୍ଥିତିକୁ ପୁରାବାକୁ ବସିଛି ୫ ଦିନ  । ସେପଟେ ୟୁକ୍ରେନରେ ଋଷ ସେନା ଆକ୍ରମଣ ଜାରି ରଖିଥିବାବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଏହାରି ମଧ୍ୟରେ ଜରୁରୀ କାଳୀନ ବୈଠକ ବସାଇଛନ୍ତି  । ନ୍ୟୁକ୍ଲିୟର ଫୋର୍ସକୁ ଆଲର୍ଟ କରିଛନ୍ତି ପୁତିନ  । ବୁଧବାର ପରମାଣୁ ବୋମା ନିକ୍ଷେପଣ ଟିମର ବୈଠକ ଡାକିବେ ରାଷ୍ଟ୍ରପତି  । ଏହି ଟିମରେ ୩୫ଟି ଦେଶର ପ୍ରତିନିଧି ସାମିଲ ରହିବା ନେଇ ସୂଚନା ମିଳିଛି  । ସେପଟେ ଯୁକ୍ତରାଷ୍ଟ୍ର ଆମେରିକା ଋଷର ଏପରି କାର୍ଯ୍ୟକୁ ଅସ୍ୱୀକାର କରିଛି  । ଅର୍ଥାତ ୟୁକ୍ରେନ ଉପରେ ହେଉଥିବା ଆକ୍ରମଣକୁ ବିରତ ଦେବା ଲାଗି କହିଛି ଆମେରିକା  ।

ଏଭଳି ସ୍ଥିତିରେ ଯାହା ଲାଗୁଛି, କେଉଁଠି ନା କେଉଁଠି ଧମକ ଜରିଆରେ ୟୁକ୍ରେନୁ ସରେଣ୍ଡର କରିବାକୁ ବାଧ୍ୟ କରିବ ଋଷିଆ  । ବର୍ତ୍ତମାନ ମିଜାଇଲ ଆଟାକ, ବନ୍ଧୁକ, ଟ୍ୟାଙ୍କ ଜରିଆରେ ଋଷ ବୋମା ବର୍ଷଣ କରୁଥିବାବେଳେ ଆଗାମୀ ଦିନରେ ପରମାଣୁ ବୋମା ନିକ୍ଷେପଣ କରିବାର ଧମକ ଦେଇଛି  । ଯଦି ବା ଘୋଷଣା ନକରିଛି କିନ୍ତୁ ଏଭଳି ପ୍ରସ୍ତୁତି କେଉଁଠି ନା କେଉଁଠି ସନ୍ଦେଶ ଦେଉଛି  । ତେଣୁ ୟୁକ୍ରେନ ଋଷ ସହ ବୁଝାମଣା କରିବା ନେଇ ମଧ୍ୟ ରାଜି ହୋଇପାରେ  ।

ସେପଟେ ୟୁକ୍ରେନ ରାଷ୍ଟ୍ରପତି ଜେଲୋନସ୍କି ମଧ୍ୟ ବେଲାଋଷ ରାଷ୍ଟ୍ରପତିଙ୍କ ସହ ଫୋନ ଯୋଗେ ବାର୍ତ୍ତାଳପ କରିଛନ୍ତି  । କିନ୍ତୁ ଋଷର ବିନା ସର୍ତ୍ତରେ ୟୁକ୍ରେନ ଆଲେଚନା କରିବ  । ଯଦି ଋଷିଆ କୌଣସି ମଧ୍ୟ ସର୍ତ୍ତ ରଖେ, ତେବେ ୟୁକ୍ରେନ ଆଲୋଚନାରେ ବସିବ ନାହିଁ ବୋଲି ସିଧାସଳଖ କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲୋନସ୍କି  । ତେବେ ୟୁକ୍ରେନ ରାଷ୍ଟପତି କହିଛନ୍ତି ଏହି ଆଲୋଚନା ଋଷ କିମ୍ବା ବେଲାଋଷରେ ହେବ ନାହିଁ  । ବଂର ବେଲାଋଷ ବର୍ଡରରେ ହିଁ ବୈଠକ ହେବ ବୋଲି କହିଛନ୍ତି ଜେଲୋନସ୍କି  ।

Leave a Reply