ୟୁକ୍ରେନ ଉପରେ ଆକ୍ରମଣ ତୁରନ୍ତ ବନ୍ଦ କରିବାକୁ ଆଇସିଜେର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କୋର୍ଟ ବା ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସରେ ୟୁକ୍ରେନ୍‌ର ବଡ଼ ବିଜୟ । କୋର୍ଟ ଦେଇଛନ୍ତି ବଡ ରାୟ । ୟୁକ୍ରେନ ଉପରେ ଆକ୍ରମଣ ତୁରନ୍ତ ବନ୍ଦ କରିବାକୁ ଆଇସିଜେ ରୁଷକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଆଦେଶ ପାଳନ କରିବାକୁ ରୁଷକୁ ନିର୍ଦ୍ଦେଶ ଦିଆଯାଇଛି । ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୨୦ରୁ ଅଧିକ ଦିନ ବିତିଗଲାଣି । ଆଇସିଜେ ନିଜ ନିଷ୍ପତ୍ତିରେ ଉଭୟ ପକ୍ଷ ମାନିବାକୁ ବାଧ୍ୟ ବୋଲି କହିଛି କୋର୍ଟ ।

ରୁଷ ସପକ୍ଷରେ କୌଣସି ରାଷ୍ଟ୍ର ସୈନ୍ୟ ପ୍ରେରଣ ନକରନ୍ତୁ । ଏହି ସମୟରେ ଆଇସିଜେ ରୁଷ ସାମ୍ନାରେ ୟୁକ୍ରେନର ସୈନିକଙ୍କ ଦ୍ଵାରା ଅସ୍ତ୍ର ଶସ୍ତ୍ର ଛାଡିବାକୁ ନେଇ ପ୍ରଶଂସା କରିଛନ୍ତି । କୋର୍ଟ କହିଛନ୍ତି ରୁଷ ଆକ୍ରମଣ ବିରୋଧରେ ୟୁକ୍ରେନର ନାଗରିକ, ସୈନିକ ଏବଂ ରାଷ୍ଟ୍ରପତି ଜେଲେନସ୍କିଙ୍କ ମୁକାବିଲା ବେଶ ପ୍ରଶଂସନୀୟ । ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି ।

ଖାରକିଭ ଏବଂ ଖେରସନ ସମେତ ଅନେକ ସହର ଦଖଲ କରି ସାରିଛି ରୁଷ । ଘନ ଘନ ମିସାଇଲ ମାଡ ଏବଂ ବୋମାବର୍ଷଣରେ ଛାରଖାର ହୋଇଗଲାଣି ୟୁକ୍ରେନର ଅନେକ ସହର । କିଭ୍ ଦଖଲ ପାଇଁ ରୁଷ ସେନା ଆକ୍ରମଣ ଜୋରଦାର କରିଛି ।