ଯୁଦ୍ଧ ଆଡ଼କୁ ମୁହାଁଉଛି ଋଷ-ୟୁକ୍ରେନ ବିବାଦ

1 min read

ନୂଆଦିଲ୍ଲୀ: ଘନାଉଛି ଋଷ-ୟୁକ୍ରେନ ବିବାଦ । ୟୁକ୍ରେନ ସୀମାରେ ମୁତୟନ ଥିବା ସୈନ୍ୟ ଛାଉଣି ନିକଟକୁ ଋଷ ପଠାଇଛି ରକ୍ତ ଓ ଅନ୍ୟାନ୍ୟ ଜରୁରୀ ମେଡିକାଲ ସାମଗ୍ରୀ । ଫେବ୍ରୁଆରୀରେ ଯୁଦ୍ଧ ଆସନ ବୋଲି ସୂଚନା ମିଳିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଋଷ ଏହି ପ୍ରସ୍ତୁତି ଆରମ୍ଭ କରିଛି । ଫଳରେ ଯୁଦ୍ଧ ଯେ ଅନିର୍ବାଯ୍ୟ- ଏହା ପ୍ରମାଣିତ ହେବାରେ ଲାଗିଛି । ୟୁକ୍ରେନ ସୀମାରେ ଲକ୍ଷାଧିକ ସୈନ୍ୟଙ୍କୁ ଋଷ ମୁତୟନ କରିଥିବାବେଳେ ଅଧିକ ଯୁଦ୍ଧାସ୍ତ୍ର ପଠାଯାଉଥିବା ସୂଚନା ମିଳିଛି । ସେପଟେ ଖୁବ୍ କମ୍ ଦିନ ମଧ୍ୟରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବ ବୋଲି କହିଛନ୍ତି ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ।

୮ ବର୍ଷ ତଳେ ୟୁକ୍ରେନ ଅନ୍ତର୍ଗତ କ୍ରିମିଆକୁ ଋଷ କବଜା କରିବା ସହ ସେଠାରେ ଥିବା ବିଭିନ୍ନ ବିଚ୍ଛିନ୍ନତାବାଦୀ ଶକ୍ତିଙ୍କୁ ସମର୍ଥନ କରିଥିଲା । ତେଣେ ଯଦି ୟୁକ୍ରେନ ଉପରେ ଋଷ ଆକ୍ରମଣ କରେ ତେବେ ଆମେରିକା ନୀରବ ରହିବ ନାହିଁ ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ କହିଛନ୍ତି ଜୋ ବିଡେନ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଋଷର ନିରାପତ୍ତା ସମ୍ପର୍କରେ ୭ ନାଟୋ ଓ ଆମେରିକା କୌଣସି ଗୁରୁତ୍ୱ ନଦେଇ ଏକପାଖିଆ ନୀତି ଅବଲମ୍ବନ କରୁଛନ୍ତି ।

Leave a Reply