spot_img

Latest Posts

ୟୁକ୍ରେନ ରାଷ୍ଟ୍ରପତି ଭବନ ଉପରେ ରକେଟ ମାଡ଼ କଲା ଋଷ, ଜେଲେନସ୍କି କହିଲେ- ଫେଲ ମାରିଲା ଟାର୍ଗେଟ

କିଭ୍: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ଋଷ ଆକ୍ରମଣର ୟୁକ୍ରେନର ବିଭିନ୍ନ ସହର ଧ୍ୱଂସ ହୋଇଯାଇଛି । ୟୁକ୍ରେନର ବିଭିନ୍ନ ସହରକୁ ଋଷ କବ୍ଜା କରିବା ପରେ ଏବେ ଟାର୍ଗେଟରେ ୟୁକ୍ରେନ ରାଜଧାନୀ କିଭ୍ । କିଭ୍ ଉପରେ ଘନ ଘନ ମିଜାଇଲ ମାଡ଼ କରୁଛି ଋଷ । ତେବେ ଆଜି ୟୁକ୍ରେନ ରାଷ୍ଟ୍ରପତି ଭବନ ଉପରେ ରକେଟ୍ ଆକ୍ରମଣ କରିଛି ଋଷ । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଦଶମ ଦିନରେ ୟୁକ୍ରେନ ରାଷ୍ଟ୍ରପତି ଭବନ ଉପରେ ଆକ୍ରମଣ ହୋଇଛି । ଋଷ ରାଷ୍ଟ୍ରପତି ଭବନରେ ହୋଇଥିବା ଆକ୍ରମଣରେ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଋଷ କରିଥିବା ଟାର୍ଗେଟ୍ ଫେଲ୍ ମାରିଛି ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନସ୍କି ।

ଅନ୍ୟପକ୍ଷରେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ କହିଛନ୍ତି ଯେ, ବିଦେଶୀଙ୍କୁ ୟୁକ୍ରେନ ହ୍ୟୁମାନ ସିଲ୍ଡ ବା ମାନବ ପ୍ରତିବନ୍ଧକ ଭାବେ ଛିଡା କରିଛି । ୟୁକ୍ରେନକୁ ନିଓ ନାଜୀ ବୋଲି ବର୍ଣ୍ଣନା କରିଛନ୍ତି ପୁଟିନ । ଯୁଦ୍ଧ କ୍ଷେତ୍ରରେ ୟୁକ୍ରେନ ବିଦେଶୀ ନାଗରିକଙ୍କୁ ଆଗରେ ରଖି ଭୟଙ୍କର ଖେଳ ଖେଳୁଛି । କିନ୍ତୁ ଋଷ ସେନା ୟୁକ୍ରେନ ଉପରେ ଆକ୍ରମଣ ରୋକିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ରାଷ୍ଟ୍ରପତି ପୁଟିନ।

ସୂଚନା ଅନୁସାରେ ଋଷ-ୟୁକ୍ରେନ ମଧ୍ୟରେ ଏବେ ବି ଜାରି ରହିଛି ଘମାଘୋଟ ଯୁଦ୍ଧ । ଶୁକ୍ରବାର ୟୁକ୍ରେନର ଜପୋରିଜିୟା ପରମାଣୁ ପ୍ଲାଣ୍ଟକୁ କବଜା କରିନେଇଥିଲା ଋଷ ସେନା। ପରମାଣୁ ପ୍ଲାଣ୍ଟର ଆଡମିନ ବ୍ଲକ ଓ କଣ୍ଟ୍ରୋଲ ବ୍ଲକକୁ ଅକ୍ତିଆର କରିନେଇଥିଲା ଋଷ ସେନା। କିନ୍ତୁ ଗୁଳି ମାଡରେ ପ୍ଲାଣ୍ଟରେ ନିଆଁ ଲାଗିଯାଇଥିଲା। ପରେ ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ମିଳିଛି। ସେପଟେ ଚିର୍ନୀହୀବ ସହରରେ ୨୪ ଘଣ୍ଟା ଧରି ଋଷ ସେନା ଆକାଶ ମାର୍ଗରୁ ଗୁଳି ବର୍ଷଣ ଜାରି ରଖିଛି। ଏଥିରେ ୪୭ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

Latest Posts

Don't Miss