ୟୁକ୍ରେନ କବଜା ପାଇଁ ଅତି ଘାତକ ଭାକ୍ୟୁମ ବମ୍ ବ୍ୟବହାର କରୁଛି ଋଷ

1 min read
Doctors Expected Surge Of Covid-19 Polio Cholera In Ukraine Amid War

କିଭ୍: ୟୁକ୍ରେନରେ ଧ୍ୱଂସଲୀଳା ଜାରି । ୟୁକ୍ରେନର ରାଜଧାନୀ କିଭ ଉପରେ ସମ୍ପୂର୍ଣ୍ମ କବଜା କରିବାକୁ ସହରର ଦୁଇପାର୍ଶ୍ୱରୁ ଘେରୁଛନ୍ତି ଋଷ ସୈନ୍ୟ । ପୂର୍ବରୁ ଦେଇଥିବା ଧମକକୁ ସତ ପ୍ରମାଣିତ କରିବାକୁ ପ୍ରୟାସ ଜାରି ରଖିଛି ମସ୍କୋ । ୟୁକ୍ରେନ କବଜା ପାଇଁ ଅତି ଘାତକ ଭାକ୍ୟୁମ ବମ୍ ବ୍ୟବହାର କରୁଛି ଋଷ । ପୂର୍ବରୁ ୟୁକ୍ରେନ ଏ ନେଇ ଅଭିଯୋଗ ଆଣିଥିବା ବେଳେ ଏବେ ଏହାକୁ ସ୍ୱୀକାର କରିଛି ଋଷ ।

ଋଷ ପ୍ରତିରକ୍ଷା ବିଭାଗ ଏହାକୁ ସ୍ୱୀକାର କରିଛି ବୋଲି ବ୍ରିଟେନ ପ୍ରତିରକ୍ଷା ବିଭାଗ ଟ୍ୱିଟ କରିଛି । ୟୁକ୍ରେନ ଉପରେ ଆକ୍ରମଣରେ TOS-1A ବ୍ୟବହାର କରୁଛନ୍ତି ଋେ ସେନା । ଭାକ୍ୟୁମ ବୋମା ହେଉଛି ଏକ ଭୟଙ୍କର ବୋମା ଯାହା ବାହ୍ୟମଣ୍ଡଳରୁ ଅକ୍ସିଜେନକୁ ଖାଲି କରିଦିଏ ଏବଂ ଅତ୍ୟଧିକ ଉତ୍ତାପ ସୃଷ୍ଟି କରିଦିଏ । ଏହାର ପ୍ରଭାବରେ ଶବଗୁଡିକ ବାୟୁମଣ୍ଡଳରେ ମିଳାଇଯାଇଥାଏ ।

ସୁମି, ଖେରସନ କବ୍‌ଜା କରିବା ପରେ ଅନ୍ୟ ବଡ଼ ସହର କବଜା ପାଇଁ ଅଗ୍ରସର ହୋଇଛନ୍ତି  ଋଷ୍ । ମାନବୀୟ କରିଡର ପାଇଁ ଉଭୟ ଦେଶ ସହମତ ହୋଇଥିଲେ ବି ସମ୍ପୂର୍ଣ୍ଣ ଯୁଦ୍ଧ ବିରତି ପାଇଁ ବାହାରି ପାରୁନି ବାଟ। ଋଷ ସୈନ୍ୟଙ୍କ ଘନ ଘନ ଆକ୍ରମଣ, ମିସାଇଲ ମାଡ଼ରେ ଅନେକ ସହର ମାଟିରେ ମିଶିଛି । ଏବେ ବି ଗୁଳି ଗୋଳା ଶବ୍ଦରେ ଥରୁଛି ଅନେକ ଅଞ୍ଚଳ ।