ଉଗ୍ର ହେଉଛି ଋଷର ଆଭିମୁଖ୍ୟ, ୟୁକ୍ରେନର ସବୁ ସୈନ୍ୟଙ୍କୁ ଆତ୍ମସମର୍ପଣ ପାଇଁ ମସ୍କୋର ଅଲଟିମେଟମ

1 min read

କିଭ୍: ଋୁଷ- ୟୁକ୍ରେନ ଯୁଦ୍ଧକୁ ୫୬ ଦିନ । ଦିନକୁ ଦିନ ଆହୁରି ଜଟିଳ ହେବାରେ ଲାଗିଛି ଯୁଦ୍ଧ ପରିସ୍ଥିତି । ଋଷ ଓ ନାଟୋ ମଧ୍ୟରେ ବଢ଼ିବାରେ ଲାଗିଛି ବ୍ୟବଧାନ । ପୂର୍ବ ୟୁକ୍ରେନରେ ଲଢେଇ ଜୋରଦାର କରିଛି ଋଷ । ୟୁକ୍ରେନ ସୈନ୍ୟ ତୁରନ୍ତ ଅସ୍ତ୍ର ଛାଡ଼ନ୍ତୁ ବୋଲି ମସ୍କୋ କହିଛି । କେବଳ ସେତିକି ନୁହେଁ, ବନ୍ଦରନଗରୀ ମାରିୟୁପୋଲରେ ଏବେ ବି ଲଢେଇ ଜାରି ରଖିଛି ଋଷ । ଅନ୍ୟପକ୍ଷରେ ୟୁକ୍ରେନ ସୈନ୍ୟଙ୍କୁ ବି ଆତ୍ମସମର୍ପଣ ପାଇଁ ଦେଇଛି ନୂଆ ଅଲଟିମେଟମ । ଋଷୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ କିଭକୁ ଦିଆଯାଇଛି ଏହି ଚେତାବନୀ ।

ୟୁକ୍ରେନର ଡୋନବାସ୍ ଅଞ୍ଚଳ ଉପରେ କବଜା ପାଇଁ ଋଷ ତୀବ୍ର କରିଛି ଯୁଦ୍ଧ ଅଭିଯାନ । ଡୋନବାସ ସହ ୟୁକ୍ରେନର ସଂପୂର୍ଣ୍ଣ ଇଷ୍ଟର୍ଣ୍ଣ ଫ୍ରଣ୍ଟଲାଇନ୍ ଦଖଲ କରିବାକୁ ଋଷ ଉଦ୍ୟମ ଆରମ୍ଭ କରିଦେଇଛି ବୋଲି ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନ୍ସକି କହିଛନ୍ତି । ରାଜଧାନୀ କିଭ୍ ଦଖଲ କରିବାରେ ବିଫଳ ହେଲା ପରେ ୟୁକ୍ରେନର ପ୍ରମୁଖ ସହରଗୁଡ଼ିକୁ ଅକ୍ତିଆର କରିବା ଅଭିଯାନ ଜୋରଦାର କରିଛି ପୁଟିନ ବାହିନୀ ।