ଦୁନିଆକୁ ଧମକାଇଲା ଋଷ: ବିନାଶକାରୀ ହେବ ତୃତୀୟ ବିଶ୍ୱ ଯୁଦ୍ଧ, ପଡ଼ିବ ପରମାଣୁ ବୋମା

1 min read
Russia Foreign Minister Sergei Lavrov On Third World War Ukraine

ମସ୍କୋ: ୭ ଦିନ ହେଲା ୟୁକ୍ରେନ୍-ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ଦେଇଛି । ଅଧିକାଂଶ ଦେଶ ୟୁକ୍ରେନ୍ ଉପରେ ଋଷର ଏଭଳି ସାମରିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରୁଛନ୍ତି । ତଥାପି ପଛକୁ ହଟୁନି ଋଷ । ୟୁକ୍ରେନ୍ ଉପରେ ଜୋରଦାର ଆକ୍ରମଣ କରି ଚାଲିଛି । ଯୁଦ୍ଧ ଭିତରେ ଆଉ ଏକ ଧମକ ଦେଇଛନ୍ତି ଋଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭର୍ଭ । ସେ କହିଛନ୍ତି, ଯଦି ତୃତୀୟ ବିଶ୍ୱ ଯୁଦ୍ଧ ହୁଏ ତ ବିନାଶକାରୀ ହେବ । ଏପରିକି ଯୁଦ୍ଧରେ ପରମାଣୁ ଅସ୍ତ୍ର ପ୍ରୟୋଗ କରାଯିବ ବୋଲି କହିଛନ୍ତି ଋଷ ମନ୍ତ୍ରୀ ।

Russia Foreign Minister Sergei Lavrov On Third World War Ukraine

ଏହା ପୂର୍ବରୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ନ୍ୟୁକ୍ଲିୟର ଡେଟେରେନ୍ସ ଫୋର୍ସକୁ ଆଲର୍ଟ ରହିବାକୁ ଆଦେଶ ଦେଇ ସାରିଛନ୍ତି । ୟୁକ୍ରେନ୍ ଉପରେ ଆକ୍ରମଣ ପୂର୍ବରୁ ମଧ୍ୟ ପୁଟିନ୍ ଧମକ ଦେଇ କହିଥିଲେ, ଋଷ ଓ ୟୁକ୍ରେନ୍ ମାମଲାରେ ଅନ୍ୟ କୌଣସି ଦେଶ ମୁଣ୍ଡ ପୂରାଇଲେ ପରିଣାମ ଭୟଙ୍କର ହେବ । ଯାହା କେବେ କଳ୍ପନା କରି ନଥିବେ ।

ବୁଧବାର ଋଷ ସୈନ୍ୟ ଖାର୍କିଭରେ ଆକ୍ରମଣ କରିଥିବା ବେଳେ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ଯୁଦ୍ଧ ଚାଲିଥିବା ବେଳେ ଆଜି ଋଷ ଓ ୟୁକ୍ରେନ୍ ପ୍ରତିନିଧିମଣ୍ଡଳ ଗୋଟିଏ ଟେବୁଲରେ ଆଲୋଚନା ପାଇଁ ଏକାଠି ହେବେ । ଫେବ୍ରୁଆରୀ ୨୮ରେ ମଧ୍ୟ ବେଲାଋଷରେ ଦୁଇ ଦେଶ ମଧ୍ୟରେ ବୈଠକ ହୋଇଥିଲା । ତେବେ ଉକ୍ତ ବୈଠକରେ କୌଣସି ନିଷ୍କର୍ସ ବାହାରି ପାରି ନଥିଲା ।

Leave a Reply