୫୭ ଦିନର ସଂଘର୍ଷ, ମାରିୟୁପୋଲ ଅକ୍ତିଆର କଲା ମସ୍କୋ

1 min read

କିଭ୍: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୫୭ ଦିନରେ ପହଞ୍ଚିଛି । ଯୁଦ୍ଧର ୫୭ ତମ ଦିନରେ ଋଷକୁ ମିଳିଛି ବଡ଼ ସଫଳତା । ୟୁକ୍ରେନର ମାରିୟୁପୋଲକୁ ଅକ୍ତିଆର କଲେ ପୁଟିନ ବାହିନୀ । ଏହି ଯୁଦ୍ଧରେ ଋଷ ଏକ ବଡ଼ ରଣନୀତିକ ସଫଳତା ମିଳିଛି । ୫୭ ଦିନର ସଂଘର୍ଷ ପରେ ଋଷ କବଜାରେ ମାରିୟୁପୋଲ । ଧ୍ୱଂସ ପ୍ରାପ୍ତ ବନ୍ଦର ସହରକୁ ଅକ୍ତିଆର କରିଛି ଋଷ ।ମାରିୟୁପୋଲ ଅକ୍ତିଆର କରିବା ପରେ ଋଷ ସୈନ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ।

ମାରିୟୁପୋଲକୁ କବଜା କରିବା ପରେ ପୋର୍ଟସିଟିରେ ନିୟନ୍ତ୍ରଣ ବଜାୟ ରଖିବାକୁ ଋଷ ସେନା ଆଗରେ ସଂଗ୍ରାମ କରୁଛନ୍ତି ୟୁକ୍ରେନ ସୈନ୍ୟ । ତେବେ ମାରୟୁପୋଲ ଅକ୍ତିଆର କରିବା ପରେ ୟୁକ୍ରେନ ଅଭିଯୋଗ କରିଛି କି ଋଷ ବଳ ପୂର୍ବକ ଇଭାକ୍ୟୁସେନ ବସରେ ଲକ୍ଷାଧିକ ନାଗରିକଙ୍କୁ ଋଷ ନିଆଯାଉଛି । ସେପଟେ ଧ୍ୱଂସପ୍ରାପ୍ତ ବନ୍ଦର ସହରରୁ ଏବେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ ।