spot_img

Latest Posts

Ukraine-Russia War: କାର୍ ଉପରେ ଚଢିଗଲା ଟ୍ୟାଙ୍କ, ଗାଡ଼ିରେ ବସିଥିଲେ ବୃଦ୍ଧ

ନୂଆଦିଲ୍ଲୀ: ୟୁକ୍ରେନରେ ଋଷ ସେନାର ସାମରିକ ଆକ୍ରମଣ ଜାରି ରହିଛି। ୟୁକ୍ରେନର ଧ୍ୱଂସବିଧ୍ୱସ୍ତ ଚିତ୍ର ହୃଦୟକୁ ଦୋହଲାଇ ଦେବ । ସୋସିଆଲ୍ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ୍ ହେଉଛି । ଯାହାକୁ ଦେଖିଲେ ଲୋମଟାଙ୍କୁରି ଉଠିବ। ଏଭଳି ସମୟରେ ଆଉ ଏକ ଭିଡ଼ିଓ ଭାଇରାଲ୍ ହେଉଛି, ଯେଉଁଥିରେ ରାସ୍ତା ଉପରେ ଥିବା ଏକ କାର୍ ଉପରେ ସେନାର ଟ୍ୟାଙ୍କର ଚଢି ଯାଉଥିବା ନଜର ଆସୁଛି । ଆଶ୍ଚର୍ଯ୍ୟର କଥା ଯେ ଉକ୍ତ କାର୍ ଭିତରେ ଜଣେ ବ୍ୟକ୍ତି ରହିଥିଲେ ।

ଏକ ଗଣମାଧ୍ୟମ ପକ୍ଷରୁ ସୋସିଆଲ୍ ମିଡିଆରେ ଭିଡ଼ିଓ ପୋଷ୍ଟ କରାଯାଇଛି। ୟୁକ୍ରେନର ରାଜଧାନୀ କିଏଭ୍ ଉପରେ ଋଷୀୟ ସେନାର ଆକ୍ରମଣ ସମୟରେ ଏକ ଟ୍ୟାଙ୍କ ଚଳନ୍ତା କାର ଉପରେ ମାଡି ଯାଉଛି। ତେବେ ଏହା ସ୍ପଷ୍ଟ ହୋଇନାହିଁ ଯେ ସମ୍ପୃକ୍ତ ବ୍ୟକ୍ତି ଋଷୀୟ କି ୟୁକ୍ରେନୀୟ ଥିଲେ।

 

View this post on Instagram

 

A post shared by NBC News (@nbcnews)

ଏହି ଭିଡିଓରେ ଲୋକଙ୍କ ଚିତ୍କାର ଶୁଣାଯାଉଛି | ୟୁକ୍ରେନର ଅନେକ ସାମ୍ବାଦିକ ଏବଂ ନାଗରିକ ମଧ୍ୟ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି | ଖବର ଅନୁଯାୟୀ କାରରେ ଥିବା ବୃଦ୍ଧ ଜଣକ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ।

ଅଧିକ ପଢନ୍ତୁ-  ୟୁକ୍ରେନ୍ ସେନାରେ ସାମିଲ ପାଇଁ ଧାଡ଼ିରେ ଛିଡା ୮୦ ବର୍ଷୀୟ ବୃଦ୍ଧ, ଫଟୋ ଭାଇରାଲ୍

ସେହିପରି ପୂବର୍ରୁ ଆଉ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଜଣେ ୟୁକ୍ରେନ ମହିଳା ଜଣେ ସଶସ୍ତ୍ର ଋଷୀୟ ଯବାନଙ୍କ ସହ ଯୁକ୍ତି କରୁଥିବା ନଜର ଆସୁଛି।  ମହିଳାଙ୍କୁ ଋଷୀୟ ସୈନ୍ୟ ଜଣକ କିଛି ବୁଝାଇବାକୁ ଚେଷ୍ଟା କରୁଛନ୍ତି । ହେଲେ ମହିଳା ଏଭଳି ଯୁଦ୍ଧକୁ ନେଇ ତାଙ୍କ ଉପରେ ଖୁବ୍ ବର୍ଷିଥିଲେ । ବନ୍ଧୁକ ଧରି ଆମ ମାଟିରେ ତୁମେ ମାନେ କଣ କରୁଛ? ଏଭଳି କହିବା ସହିତ ମହିଳା ଜଣକ ଋଷୀୟ ସୈନ୍ୟଙ୍କ ପକେଟରେ ସୂର୍ଯ୍ୟମୁଖୀ ମଞ୍ଜି ରଖିବାକୁ କହିଥିଲେ । ଆଉ କହିଥିଲେ ଯେ ତୁମର ମାଟିରେ ବି ସୂର୍ଯ୍ୟମୁଖୀ ଉଠୁ ।

Latest Posts

Don't Miss