ସିଙ୍ଗଲ ଡୋଜ୍ ଭ୍ୟାକ୍ସିନ୍ ‘ସ୍ପୁଟନିକ୍ ଲାଇଟ୍’କୁ ଋଷର ଅନୁମତି, ୮୦% ପ୍ରଭାବୀ ଦାବି

Russia Approves Single Dose Sputnik Light Covid-19 Vaccine

ନୂଆଦିଲ୍ଲୀ: ଋଷ କୋଭିଡ୍ ଟିକା ସ୍ପୁଟନିକ ଭିର ନୂଆ ଭର୍ସନ୍ ଲଞ୍ଚ କରିଛି । ଏହି ଟିକାର ନାମ ‘ସ୍ପୁଟନିକ ଲାଇଟ୍’ ରଖାଯାଇଛି । ‘ସ୍ପୁଟନିକ ଲାଇଟ୍’ ୮୦ ପ୍ରତିଶତ ପ୍ରଭାବୀ ସାବ୍ୟସ୍ତ ହୋଇଥିବା ଦାବି କରିଛି ଋଷ । ଏହି ଭ୍ୟାକ୍ସିନର ଗୋଟିଏ ମାତ୍ର ଡୋଜ୍ କୋଭିଡରୁ ସୁରକ୍ଷା ଦେବାରେ ସକ୍ଷମ ବୋଲି ଋଷ ପକ୍ଷରୁ କୁହାଯାଇଛି । ଏହି ଭ୍ୟାକ୍ସିନ୍ ପାଇଁ ଅର୍ଥ ଦେଉଥିବା ଆରଡିଆଇଏଫ୍ କହିଛି, ୨ଟି ଡୋଜ୍ ବିଶିଷ୍ଟ ସ୍ପୁଟନିକ୍ ଭି ତୁଳନାରେ ସିଙ୍ଗଲ୍ ଡୋଜ୍ ବିଶିଷ୍ଟ ‘ସ୍ପୁଟନିକ ଲାଇଟ୍’ ଅଧିକ ପ୍ରଭାବୀ ଅଟେ । ସ୍ପୁଟନିକ ଭି ୯୧.୬ ପ୍ରତିଶତ ପ୍ରଭାବୀ ହୋଇଥିବା ବେଳେ ‘ସ୍ପୁଟନିକ ଲାଇଟ୍’ ୭୯.୪ ପ୍ରତିଶତ ପ୍ରଭାବୀ ।

 Russia Approves Single Dose Sputnik Light Covid-19 Vaccine

୨୦୨୦ ଡିସେମ୍ବର ୫ରୁ ୨୦୨୧ ଏପ୍ରିଲ୍ ୧୫ ଯାଏ ଋଷରେ ବ୍ୟାପକ ଟିକାକରଣ କରାଯାଇଥିଲା । ଟିକାକରଣର ୨୮ ଦିନ ପରେ ତଥ୍ୟ ନିଆଯାଇଥିଲା । ସୂଚନାଯୋଗ୍ୟ, ୬୦ଟି ଦେଶ ଋଷର ଭ୍ୟାକ୍ସିନ୍ ପ୍ରୟୋଗ ପାଇଁ ଅନୁମତି ଦେଇଛନ୍ତି । କିନ୍ତୁ ଏବେ ଯାଏ ୟୁରୋପିୟନ୍ ମେଡିସିନ୍ ଏଜେନ୍ସି ଏବଂ ୟୁନାଇଟେଡ୍ ଷ୍ଟେଟ୍ସ ଫୁ଼ଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ୍ ମଞ୍ଜୁରୀ ଦେଇନାହିଁ ।

କିଛି ପଶ୍ଚିମ ଦେଶ ମଧ୍ୟ ସ୍ପୁଟନିକ ଭ୍ୟାକ୍ସିନକୁ ନେଇ ଚେତାବନୀ ଦେଇଛନ୍ତି । ସୋଭିଏତ ଯୁଗର ଏକ ଉପଗ୍ରହ ନାମରେ ପ୍ରସ୍ତୁତ ଏହି ଭ୍ୟାକ୍ସିନ୍ ଋଷ ନିଜ ରୁଚିକୁ ଆଗକୁ ବଢ଼ାଇବା ଲାଗି ନରମ ଶକ୍ତି ଭାବେ ଉପଯୋଗ କରିପାରେ ବୋଲି କୁହାଯାଉଛି । ଏହାକୁ ବଡ଼ ଆକାରରେ କ୍ଲିନିକାଲ୍ ପରୀକ୍ଷଣ ପୂର୍ବରୁ ଗତ ଅଗଷ୍ଟରେ ଟିକାକରଣରେ ସାମିଲ୍ କରାଯାଇଥିଲା ।

Leave a Reply