ଭଲ ଖବର: ଋଷର ଦାବି, ଅଗଷ୍ଟ ୧୦ ପୂର୍ବରୁ ବଜାରରେ ଉପଲବ୍ଧ ହେବ ପ୍ରଥମ କରୋନା ଟିକା

ମସ୍କୋ: କରୋନା ମହାମାରୀ ଯୋଗୁଁ ପାଖାପାଖି ୭ ମାସ ହେଲା ସାରା ବିଶ୍ୱବାସୀଙ୍କ ନିଦ ହଜିଯାଇଛି । ବିଭିନ୍ନ ସ୍ତରରେ ଏହା ବିରୋଧରେ ଲଢ଼ିବା ପାଇଁ ପ୍ରୟାସ ଜାରି ରହିଛି । ଏହାରି ମଧ୍ୟରେ ଋଷରୁ ଏକ ଭଲ ଖବର ଆସିଛି । ୨ ସପ୍ତାହ ମଧ୍ୟରେ କରୋନା ଭାଇରସର ଭ୍ୟାକ୍ସିନ୍ ମାର୍କେଟରେ ଉପଲବ୍ଧ ହେବ । ଋଷ ବୈଜ୍ଞାନିକମାନେ ଏହି ଦାବି କରିଛନ୍ତି । ସେମାନଙ୍କ କହିବାହେଲା ଯେ,  ଅଗଷ୍ଟ ମଝି ଆଡ଼କୁ କରୋନା ଭାଇରସର ପ୍ରଥମ ଭ୍ୟାକ୍ସିନକୁ ଅନୁମୋଦନ ମିଳିପାରେ । ଅଗଷ୍ଟ ୧୦ ପୂର୍ବରୁ ଭ୍ୟାକ୍ସିନକୁ କିଭଳି ମଞ୍ଜୁରୀ ମିଳିବ ସେନେଇ କାର୍ଯ୍ୟ ଚାଲିଛି । ଏହାର ମାନେ ଋଷର କରୋନା ଭ୍ୟାକ୍ସିନ୍ ଖୁବ୍‌ଶୀଘ୍ର ବଜାରରେ ଉପଳବ୍ଧ ହେବ ।

ସର୍ବପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଭ୍ୟାକ୍ସିନ୍

ଏହି ଭ୍ୟାକ୍ସିନକୁ ମସ୍କୋ ସ୍ଥିତ ଗାମାଲେୟା ଇନ୍‌ଷ୍ଟିଚ୍ୟୁଟରେ ପ୍ରସ୍ତୁତ କରାଯାଇଛି । ଏହି ଇନ୍‌ଷ୍ଟିଚ୍ୟୁଟର ବୈଜ୍ଞାନିକଙ୍କ ଦାବି ହେଉଛି କି ଏହି ଭ୍ୟାକ୍ସିନ୍ ସାଧାରଣ ଜନତାଙ୍କ ବ୍ୟବହାର ପାଇଁ ଆସନ୍ତା ୧୦ ଅଗଷ୍ଟ ସୁଦ୍ଧା ମଞ୍ଜୁରୀ ମିଳିଯିବ । ସେମାନଙ୍କ ଆହୁରୀ କହିବା ହେଲା ଯେ, ଏହି ଟିକା ସର୍ବପ୍ରଥମେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯିବ । ଏହା ଫଳରେ ସେମାନଙ୍କ ମନୋବଳ ଦୃଢ଼ ହେବ । ଏବଂ କରୋନା ଯୋଦ୍ଧାଙ୍କ କ୍ଷେତ୍ରରେ ଏହାର ସଂକ୍ରମଣ ହ୍ରାସ ପାଇବ ।

କ୍ୱାରେଣ୍ଟିନରେ ଥିବାବେଳେ ୨୮ ଦିନରେ ୫୦ ଲକ୍ଷ ଟଙ୍କାର ଖାଦ୍ୟ ଖାଇଲେ ଡାକ୍ତର

Leave a Reply