ଆଣବିକ ଯୁଦ୍ଧର ରୂପ ନେବ କି ରୁଷିଆ-ୟୁକ୍ରେନ ଯୁଦ୍ଧ ?
1 min read
ନନ୍ଦିଘୋଷ ବ୍ୟୁରୋ: ଆଣବିକ ଯୁଦ୍ଧର ରୂପ ନେବ କି ରୁଷିଆ-ୟୁକ୍ରେନ ଯୁଦ୍ଧ। ଏପରି ଆଶଙ୍କାର କାରଣ ହେଲା ରୁଷିଆର ଆଣବିକ ସେନା ଆଜିଠାରୁ ଯୁଦ୍ଧଭ୍ୟାସ ଆରମ୍ଭ କରିଛି। ରାଷ୍ଟ୍ରପତି ପୁତିନଙ୍କ ନିର୍ଦ୍ଦେଶକ୍ରମେ ଏହି ଆଣବିକ ଯୁଦ୍ଧଭ୍ୟାସ ଆରମ୍ଭ କରିଛି। ୧୫ ଦିନ ଭିତରେ ରୁଷିଆ ଏପରି ଦୁଇଟି ଯୁଦ୍ଧଭ୍ୟାସ କଲାଣି। ଯାହାକି ସାରା ବିଶ୍ଵ ସମୁଦାୟକୁ ଚିନ୍ତିତ କରିିଛି। କୁହାଯାଉଛି- ଦୂରଗାମୀ କୃଜ ମିସାଇଲ, ଯାହାକି ରୁଷିଆର ଆଭ୍ୟନ୍ତରୀଣ ଅଞ୍ଚଳରେ ପହଞ୍ଚି ପାରିବ, ସେପରି ମିସାଇଲ ବ୍ୟବହାର ପାଇଁ ୟୁକ୍ରେନକୁ ଅନୁମତି ଦେବେ ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶ। ରୁଷିଆ ଖୋଲାଖୋଲି ଚେତାବନୀ ଦେଇଛି, ଯଦି ୟୁକ୍ରେନ ଏପରି ଦୁଃସାହସ କରେ, ତେବେ ଆଣବିକ ଅସ୍ତ୍ର ପ୍ରୟୋଗ କରିବାକୁ ପଛାଇବେ ନାହିଁ ପୁତିନ। ଗତ ମାସରେ ନିଜ ଆଣବିକ ନୀତିରେ ପରିବର୍ତ୍ତନ କରିଛି ରୁଷିଆ। ଆଣବିକ ଅସ୍ତ୍ର ନ ଥିବା ଦେଶ ଉପରେ ମଧ୍ୟ ନ୍ୟୁକ୍ଲିୟର୍ ଯୁଦ୍ଧ କରିବ ରୁଷ। ଏହା ପରେ ଆଣବିକ ଯୁଦ୍ଧାଭ୍ୟାସ ଆଜିଠାରୁ ଆରମ୍ଭ ହେବା, ପରିସ୍ଥିତିକୁ ଆହୁରି ଗମ୍ଭୀର କରିଛି। ଆଗରୁ ଉତ୍ତର କୋରିଆ ମଧ୍ୟ ରୁଷକୁ ସାହାଯ୍ୟ ଭାବେ ୧୦ ହଜାରରୁ ଅଧିକ ସୈନ୍ୟ ପ୍ରେରଣ କରିଥିଲା। ଏହାକୁ ନାଟୋ ନିନ୍ଦା କରିଥିଲା। ରୁଷିଆ ପାଖରେ ବିଶ୍ଵର ସବୁଠାରୁ ଅଧିକ ଆଣବିକ ଅସ୍ତ୍ର ଅଛି। ଏହାର ମିସାଇଲ ଆମେରିକାରେ ବି ପହଞ୍ଚି ପାରିବ। ଉଭୟ ରୁଷିଆ ଓ ଆମେରିକା ପାଖରେ ବିଶ୍ଵର ୯୦ ପ୍ରତିଶତ ଆଣବିକ ବୋମା ଅଛି।