ଋଷ-ୟୁକ୍ରେନ ଯୁଦ୍ଧର ଘଟିପାରେ ଅନ୍ତ : ଆଜି ସାଉଦି ଆରବରେ ବୈଠକ

1 min read

ନନ୍ଦିଘୋଷ ବ୍ୟୁରୋ: ରୁଷ-ୟୁକ୍ରେନରେ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ନେଇ ଆଜି ବସୁଛି ବୈଠକ। ସାଉଦି ଆରବ ମଧ୍ୟସ୍ଥତାରେ ବସିବ ପ୍ରଥମ ବୈଠକ। ଏଥିରେ ଆମେରିକା ଓ ରୁଷର ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକ ପରେ ଦୁଇ ଦେଶର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ନେଇ ବାଟ ଖୋଲିବା ସମ୍ଭାବନା ରହିଛି। ଆମେରିକା ଏବଂ ରୁଷର କୂଟନୈତିକ ପ୍ରତିନିଧି ସାଉଦି ଆରବରେ ଏହି ଆଲୋଚନା କରିବେ। ଆଲୋଚନାକୁ ନେଇ ଆମେରିକାର ନୂତନ ବୈଦେଶିକ ନୀତିର ଆରମ୍ଭ ବୋଲି କୁହାଯାଉଛି। ଯେଉଁଠାରେ ରୁଷକୁ ଛାରକାର କରିବା ବଦଳରେ ସହମତି ନେଇ ବାଟ ଖୋଜିବାରେ ଏହି ଆଲୋଚନା ସହାୟକ ହେବ। ଏହି ବୈଠକ ପରେ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ନେଇ ବାଟ ସଫା ହୋଇଯିବ। ସେପଟେ ଏହି ବୈଠକକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି ଆପତ୍ତି ଉଠାଇଛନ୍ତି। ୟୁକ୍ରେନ ପ୍ରତିନିଧିତ୍ଵ ବିନା ଶାନ୍ତି କଥାବାର୍ତ୍ତା ନେଇ  ହୋଇପାରିବନାହିଁ ବୋଲି କରିଛନ୍ତି ଜେଲେନସ୍କି। ୟୁକ୍ରେନର ଭାଗିଦାରୀ ବିନା ଆଲୋଚନାର ପରିଣାମରକୁ ସେ ଅସ୍ଵୀକାର କରିବେ ବୋଲି ଚେତାଇ ଦେଇଛନ୍ତି। ଯଦି କିଭ ଏହି ଆଲୋଚନାରେ ସାମିଲ ହେବ ନାହିଁ ତେବେ ଏହି ବୈଠକ ବ୍ୟର୍ଥ ହେବ ବୋଲି କହିଛନ୍ତି ଜେଲେନସ୍କି। ସାଉଦିରେ ବସୁଥିବା ଏହି ବୈଠକରେ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ଜାତୀୟ ପରାମର୍ଶଦାତା ମାଇକ ୱାଲ୍ଟଜ ଏବଂ ଷ୍ଟିଭ ବିଟକଫ୍ ସାମିଲ ହେବେ। ଏହି ଟିମ ରୁଷ ପ୍ରତିନିଧି ମଣ୍ଡଳ ସହ ଆଲୋଚନା କରିବ। ରୁଷ ପ୍ରତିନିଧି ମଣ୍ଡଳୀରେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭାରୋବ ଏବଂ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ପରାମର୍ଶଦାତା ୟୁରୀ ଉଶାକୋଭ ସାମିଲ ହେବେ

ନଜର ପକାନ୍ତୁ