ଗାଁରେ ସହର ଠାରୁ ଅଧିକ କରୋନା ସଂକ୍ରମଣ ମାମଲା, ଜାଣନ୍ତୁ ଦେଶର ସ୍ଥିତି

Corona Virus recovery rate exceeds 64 percent Says Health Ministry

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ସଂକ୍ରମଣ ମାମଲା ପ୍ରଥମେ ବିଦେଶରୁ ଫେରିଥିବା ଲୋକଙ୍କଠାରେ ମିଳିଥିଲା । ଧିରେ ଧିରେ କରୋନା ସଂକ୍ରମଣ ବଢ଼ିବା ସହ ଗାଁଠୁ ସହରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଥିଲା । ଗାଁ ପର୍ଯ୍ୟନ୍ତ କରୋନା ପହଞ୍ଚିବାର ଅର୍ଥ ସଂକ୍ରମଣ ବ୍ୟାପିବାକୁ ରୋକିବା ମୁସ୍କିଲ୍ ହେବା । ସଂକ୍ରମଣ ରୋକିବାକୁ ଲକଡାଉନ୍ କରାଗଲା । ୨ ମାସରୁ ଅଧିକ ସମୟ ଧରି କଡ଼ା ଲକଡାଉନ୍ ହେଲା । ଏହାରି ମଧ୍ୟରେ ଅନ୍ୟ ରାଜ୍ୟରେ ରହୁଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ପାଦରେ ଚାଲି ଚାଲି ଭିଟାମାଟି ଅଭିମୁଖେ ବାହାରି ପଡ଼ିଲେ । ସେମାନେ ଗାଁରେ ପହଞ୍ଚିବା ସହ ଗ୍ରାମାଞ୍ଚଳରେ ବଢି ଚାଲିଲା କରୋନା ସଂକ୍ରମଣ । ଉତ୍ତରପ୍ରଦେଶ, ରାଜସ୍ଥାନ ଓ ଓଡ଼ିଶାର ଗ୍ରାମାଞ୍ଚଳରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି । ରାଜସ୍ଥାନର ଗ୍ରାମାଞ୍ଚଳରେ ସହରଠାରୁ ଅଧିକ କରୋନା ମାମଲା ଚିହ୍ନଟ ହୋଇଛି ।

ବଢ଼ୁଛି ସଂକ୍ରମଣ

କେତେକ ରାଜ୍ୟରେ ପ୍ରବାସୀ ଫେରିବା ପରେ କରୋନା ପଜିଟିଭ ସଂଖ୍ୟା ୩୦ରୁ ୮୦ ପ୍ରତିଶତ ଯାଏଁ ବୃଦ୍ଧି ପାଇଛି । ପ୍ରବାସୀ ଘରକୁ ଆସିବା ପରେ ରାଜସ୍ଥାନର ଗ୍ରାମୀଣ ଇଲାକାରେ କରୋନା ମାମଲା ସହରଠାରୁ ଅଧିକ ।

ଗାଁ ମୁହାଁ କରୋନା

କରୋନାରେ ଦେଶରେ ସର୍ବାଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରର ଗ୍ରାମୀଣ ଇଲାକାରେ ପୂର୍ବରୁ କରୋନା ସଂକ୍ରମଣ ମାମଲା କମ୍ ଥିଲା । ଏବେ ସହର ଅପେକ୍ଷା ଗାଁରେ ମାମଲା ବଢ଼ିବାରେ ଲାଗିଛି । ସେହିଭଳି ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ମେ ୨ ଯାଏଁ କୌଣସି ସଂକ୍ରମଣ ଚିହ୍ନଟ ହୋଇନଥିବା ବେଳେ ଜୁନ୍ ୪ ସୁଦ୍ଧା ୫୨୧ ଜଣ ସଂକ୍ରମିତ ହୋଇଥିବା ବେଳେ ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ହୋଇଛି ।

୭୦ ପ୍ରତିଶତ ପ୍ରବାସୀ

ଉତ୍ତରପ୍ରଦେଶରେ ପାଖାପାଖି ୩୦ ଲକ୍ଷ ପ୍ରବାସୀ ଶ୍ରମିକ ଅନ୍ୟ ରାଜ୍ୟରୁ ଫେରିଛନ୍ତି । ପ୍ରବାସୀ ଫେରିବା ପରେ ସଂକ୍ରମଣ ବଢ଼ିଛି । ରାଜ୍ୟରେ ସଂକ୍ରମିତ ସଂଖ୍ୟାର ୭୦ ପ୍ରତିଶତ ହେଉଛନ୍ତି ପ୍ରବାସୀ । ଆନ୍ଧ୍ରପ୍ରଦେଶରେ ଗୋଟିଏ ମାସ ପୂର୍ବରୁ କରୋନା ସଂକ୍ରମଣର ୯୦ ପ୍ରତିଶତ ମାମଲା ସହରାଞ୍ଚଳରୁ ଥିଲା । ଏବେ ଗ୍ରାମାଞ୍ଚଳରେ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇଛି ।

ପ୍ରତିଦିନ ନୂଆ ରେକର୍ଡ

ବିଗତ ୨୪ ଘଣ୍ଟାରେ ଗୁରୁବାର ଦେଶରେ ୯ ହଜାର ୩୦୪ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ବୁଧବାର ୮ ହଜାର ୯୦୯ ମାମଲା ଆସିଥିଲା । ଜୁନ୍ ୧ରୁ ପ୍ରତିଦିନ ୮ ହଜାରରୁ ଅଧିକ ନୂଆ ମାମଲା ଆସୁଛି । ଚଳିତମାସର ପ୍ରଥମ ୪ ଦିନରେ ୩୪ ହଜାର ୭୮୧ ନୂଆ ସଂକ୍ରମଣ ମାମଲା ଆସିଛି ।

ଦେଶରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ

Leave a Reply