ଝାରସୁଗୁଡା ବିମାନବନ୍ଦର ରନଓ୍ୱେରେ ୨ରୁ ୩ ଇଞ୍ଚର ଫାଠ, ଯାତ୍ରୀ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ଝାରସୁଗୁଡ଼ା: ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ରନୱେରେ ଫାଟ । ଦୁଇ ବର୍ଷରେ ୨ରୁ ୩ ଇଞ୍ଚିର ଫାଠ ଦେଖାଦେଇଛି ରନୱେରେ । ଏହା ହେଉଛି ଭୁବନେଶ୍ୱର ପରେ ରାଜ୍ୟର ଦ୍ଵିତୀୟ ବିମାନ ବନ୍ଦର । ଗତ ୨୦୧୮ ମସିହା ସେପ୍ଟେମ୍ବର ୨୨ ତାରିଖରେ ବିମାନ ଉଡ଼ିବା ଆରମ୍ଭ ହୋଇଥିଲା । ବହୁ ପ୍ରତିକ୍ଷିତ ଏହି ବିମାନ ବନ୍ଦରରକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ ।

ହେଲେ ସବୁଠାରୁ ବଡ଼ କଥା ହେଉଛି ଏଥିରେ ଏବେ ଫାଟ ସୃଷ୍ଟି ହୋଇଛି । ମାତ୍ର ଦୁଇ ବର୍ଷ ପୂରଣ ନ ହେଉଣୁ ରନୱେ ରେ ଫାଟ ସୃଷ୍ଟି ହେବା ଏକ ଚିନ୍ତାର କାରଣ ।  ବିମାନ ଅବତରଣ ଓ ଉଡ଼ାଣକୁ ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି । ଭବିଷ୍ୟତରେ ବଡ ଧରଣର ଦୁର୍ଘଟଣା ଆଶଙ୍କା ରହିଛି ବୋଲି ମତପ୍ରକାଶ ପାଇଛି ।

ଏହି ଚିତ୍ରକୁ ଦେଖନ୍ତୁ  । ଫୋଟୋରୁ ଜଣା ପଡୁଛି ଯେ, ରନୱେ ଦୁଇରୁ ତିନି ଇଞ୍ଚ ଯାଏଁ ଦବି ଯାଇ ଫାଟ ସୃଷ୍ଟି ହୋଇଛି । ଗତ ଦୁଇ ମାସ ଲକଡାଉନ ସମୟରେ ପ୍ରାୟ ଦୁଇ ମାସ ଧରି ବିମାନ ସେବା ବନ୍ଦ ରହିଥିଲା । କଟକଣା କୋହଳ ହେବାରୁ ଗତ ୨୫ ମେ ରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ ହୋଇଛି । ତେବେ ବିମାନ ଉଡ଼ାଣ ଆରମ୍ଭ ହେବା ସମୟରେ ଦେଖାଦେଇଥିଲା ଏହି ଫାଟ ।

ଏତେ କମ ସମୟ ମଧ୍ୟରେ ରନୱେରେ ଫାଟ ସୃଷ୍ଟି ହେବା କାରଣରୁ କାମର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି ।  ରନୱେ କାମ ଠିକ ଭାବେ ହୋଇ ନାହିଁ ବୋଲି କୁହାଯାଉଛି । ତେବେ ବିମାନବନ୍ଦର କର୍ତ୍ତୁପକ୍ଷ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଆମ ନଜରକୁ ଏଭଳି କୌଣସି ଅଭିଯୋଗ ଆସିନାହିଁ ବୋଲି  କହିଛନ୍ତି   ବିମାନବନ୍ଦର ନିର୍ଦେଶକ । ନିମ୍ନମାନ କାମକୁ ଲୁଚାଇବା ପାଇଁ ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଘଟଣା ସଂପର୍କରେ ଅବଗତ କରାଯାଇ ନାହିଁ ବୋଲି କୁହଯାଉଛି ।

Leave a Reply