ସୋସିଆଲ ମିଡିଆ ଉପରେ ଲାଗିବ ଲଗାମ: ଆସିବ ନୂଆ ନିୟମ

1 min read

ସୋସିଆଲ ମିଡିଆର ଅପବ୍ୟବହାର ଉପରେ ଲାଗିଲ ରୋକ । ୧୫ ଜାନୁୟାରୀ ୨୦୨୦ ସୁଦ୍ଧା ଆସିବ ନୂଆ ନିୟମ  । ଏନେଇ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଆଡଭୋକେଟ ଜେନରାଲ କେ.କେ ବେଣୁଗୋପାଳ  । ଫେସ୍‌ବୁକ, ଟ୍ୱିଟର, ହ୍ୱାଟସ୍‌ଆପ୍‌ ଭଳି ସୋସିଆଲ ମିଡିଆରେ ଅପପ୍ରଚାର ଓ ଏହାର ଅପବ୍ୟବହାର ନେଇ ବିଭିନ୍ନ ସୋସିଆଲ ମିଡିଆ କମ୍ପାନୀ ପକ୍ଷରୁ ହାଇକୋର୍ଟରେ ଦାୟର ମାମଲା ସୁପ୍ରିମକୋର୍ଟକୁ ଟ୍ରାନ୍ସଫର ହୋଇଛି । ମାନ୍ୟବର ସୁପ୍ରିମକୋର୍ଟ ମାମଲାଗୁଡ଼ିକୁ ଗ୍ରହଣ କରିବା ସହ ଜାନୁୟାରୀ ଶେଷ ସପ୍ତାହରେ ଶୁଣାଣି କରିବାକୁ କହିଛନ୍ତି  । ଏଥିସହିତ ଇଣ୍ଟରନେଟ୍ ସମ୍ପର୍କିତ ସମସ୍ତ ମାମଲାର ତାଲିକା ପ୍ରସ୍ତୁତ କରିବାକୁ ରେଜିଷ୍ଟ୍ରାରଙ୍କୁ କହିଛନ୍ତି କୋର୍ଟ । ଏ ସମସ୍ତ ମାମଲାର ଏକାସାଙ୍ଗେ ହେବ ଶୁଣାଣି । ସୋସିଆଲ ମିଡିଆର ଅପବ୍ୟବହାର ରୋକିବା ନେଇ ଯଦି ସେମାନଙ୍କ ପାଖରେ କିଛି ବ୍ୟବସ୍ଥା ନାହିଁ, ତେବେ ଆମକୁ ସେମାନଙ୍କ ପାଖକୁ ଯିବାର ନଥିଲା । ‘ବାହାରୁ କବାଟ ବନ୍ଦ ଅଛି, ଭିତରୁ କବଟା ଖୋଲିବାକୁ କହୁଛନ୍ତି’ କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି ମାନ୍ୟବର କୋର୍ଟ । ସୋସିଆଲ ମିଡିଆ କମ୍ପାନୀ ଗୁଡ଼ିକ ପକ୍ଷରୁ ଦାୟର ମାମଲାକୁ ନେଇ ଏଭଳି କହିଛନ୍ତି କୋର୍ଟ । ')}

Leave a Reply