spot_img

Latest Posts

ଦିଲ୍ଲୀରେ ପ୍ରଦର୍ଶିତ ହେବ ଲିଙ୍ଗରାଜ ମନ୍ଦିର ଓ ରୁକୁଣା ରଥ

ଭୁବନେଶ୍ୱର: ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ସହ ଲିଙ୍ଗରାଜ ମନ୍ଦିରର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ ।  ଆସନ୍ତା ଜାନୁଆରୀ ୨୬ ଦିଲ୍ଲୀରେ ହେବାକୁ ଥିବା ଜାତୀୟ ସ୍ତରୀୟ ପରେଡ୍‌ ସମାରୋହରେ ସ୍ଥାନ ପାଇବ ଏହି ପ୍ରଜ୍ଞାପନ ମେଢ଼ । ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଓ ମନ୍ଦିରର ଏକ ମଡେଲ ଏଥିରେ ସ୍ଥାନ ପାଇବ । ଏହାଦ୍ୱାରା ଉତ୍କଳୀୟ ସଂସ୍କୃତି ଓ ଏଠାକାର ପରମ୍ପରା ବିଶ୍ୱସ୍ତରରେ ପରିଚିତ ହୋଇପାରିବ । ଏହି ପ୍ରଜ୍ଞାପନ ମେଢ଼ର ପରିକଳ୍ପନା ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ କରିଥିବାବେଳେ ଏହାକୁ ରୂପରେଖ ଦେଇଛନ୍ତି ଛତ୍ରପତି ବିଶ୍ୱାଳ ଏବଂ ତପନ ମହାରଣା ସେଥିରେ ଯେଉଁ ଓଡ଼ିଶୀ ଗୀତ ସଂଯୋଜନା କରାଯାଇଛି ତାହାକୁ ଗୁରୁ ଧନେଶ୍ୱର ସ୍ୱାଇଁ ଓ ଅଜୟ ଚୌଧୁରୀ ନିର୍ଦ୍ଦେଶନା ଦେଇଥିବା ବେଳେ ଗଜେନ୍ଦ୍ର ପ୍ରସାଦ ସାହୁ କଣ୍ଠଦାନ କରିଛନ୍ତି ।

ଚଳିତ ବର୍ଷ ୧୬ଟି ରାଜ୍ୟ ସହ ୫ଟି ମନ୍ତ୍ରାଳୟର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଅନୁମତି ଦେଇଛନ୍ତି । ଏହି ପ୍ରଜ୍ଞାପନ ମେଢ଼ ଚୟନ ପାଇଁ ୫ଟି ପର୍ଯ୍ୟାୟରେ ଚୟନ କମିଟି ଦ୍ୱାରା ଯାଞ୍ଚ ହେବା ପରେ ପ୍ରଥମେ 2D ଡିଜାଇନ୍ ଏବଂ 3D ମଡେଲ୍‌ ପ୍ରଦର୍ଶିତ ହେବା ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟୋଜିତ ୧୬ ଜଣିଆ କମିଟି ଏହି ମେଢ଼କୁ ଚୟନ କରିଥିଲେ । ୨୦୦୯,୨୦୧୬ ଓ ୨୦୧୭ ପରେ ପୁଣି ୪ର୍ଥ ଥର ପାଇଁ ଗଜେନ୍ଦ୍ର ସାହୁଙ୍କୁ ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରିବାକୁ ସୁଯୋଗ ମିଳିଥିବାରୁ ସେ ଖୁବ୍ ଉତ୍ସାହିତ ଅଛନ୍ତି ।

Latest Posts

Don't Miss