ଆଜି ଭକ୍ତଙ୍କ ଗହଣରେ ଗଡ଼ିବ ରୁକୁଣା ରଥ, ଦୀର୍ଘ ୨ ବର୍ଷ ପରେ ଏକାଠି ହେବେ ଭକ୍ତ ଓ ଭଗବାନ

ଭୁବନେଶ୍ୱର: ଆଜି ଭକ୍ତଙ୍କ ଗହଣରେ ଗଡ଼ିବ ରୁକୁଣା ରଥ । ଦୀର୍ଘ ୨ ବର୍ଷର ଅପେକ୍ଷା ପରେ ଆଜି ଏକାଠି ହେବେ ଭକ୍ତ ଓ ଭଗବାନ । ଆଶୋକାଷ୍ଟମୀର ପରମ୍ପରା ଓ ନୀତିକାନ୍ତି ସହ ପହଣ୍ଡି ପରେ ଅପରାହ୍ନ ସାଢେ ୩ଟାରେ ଆରମ୍ଭ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ରଥଟଣା । ୫ ଦିନ ବ୍ୟାପୀ ରୁକୁଣା ରଥଯାତ୍ରା ହେବାକୁ ଥିବାବେଳେ ୧୩ ତାରିଖରେ ଅନୁଷ୍ଠିତ ହେବ ବାହୁଡା । କରୋନା କଟକଣା ଯୋଗୁଁ ୨୦୨୦ରେ ଶେଷ ମୂହୁର୍ତ୍ତରେ ରଥଯାତ୍ରାକୁ ବନ୍ଦ କରିଥିଲା ପ୍ରଶାସନ । ୨୦୨୧ରେ ବିନା ଭକ୍ତରେ ହୋଇଥିଲା ରଥଯାତ୍ରା । ଚଳିତ ବର୍ଷ ଭକ୍ତ ସାମିଲ ହେଉଥିବାରୁ ସମସ୍ତଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା ।