ଆଜି ପୁଣି ଟଣା ହେବ ରୁକୁଣା ରଥ, ତିନି ମୁଣ୍ଡିଆ ଛକଠାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ଗଡ଼ିବ ରଥ

ଭୁବନେଶ୍ୱର: ଆଜି ପୁଣି ଗଡ଼ିବ ରୁକୁଣା ରଥ । ଆଜି ତିନି ମୁଣ୍ଡିଆ ଛକଠାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ଟଣାଯିବ ରୁକୁଣା ରଥ । ଅପରାହ୍ନ ୩ଟାରେ ନୀତିକାନ୍ତି ଶେଷ ହେବା ପରେ ରଥ ଟଣା ଆରମ୍ଭ ହେବ । ଗତକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ତିନି ମୁଣ୍ଡିଆ ଛକ ଠାରେ ରଥ ଅଟକିଥିଲା । ରାତିରେ ମନ୍ଦିରରେ ଦୈନଦିନ ନୀତିକାନ୍ତି ସମ୍ପନ୍ନ ହେବା ସହ ସମାନ୍ତର ଭାବେ ରଥ ଉପରେ ଲିଙ୍ଗରାଜଙ୍କ ନୀତିକାନ୍ତି କରିଥିଲେ ସେବାୟତ । ତେବେ ଆଜି ବି ରଥ ଟଣା ପାଇଁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୦୦ ଅଫିସର ନିୟୋଜିତ ହେବେ । ମାଉସୀ ମା’ ମନ୍ଦିରରେ ରଥ ପହଞ୍ଚିବା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ବଳବତ୍ତର ରହିଛି । କରୋନା ମହାମାରୀ ପାଇଁ ଦୀର୍ଘ ଦୁଇ ବର୍ଷ ପରେ ରଥ ଟଣାରେ ସାମିଲ ହୋଇଛନ୍ତି ଭକ୍ତ । ମହାପ୍ରଭୁ ଲିଙ୍ଗରାଜଙ୍କୁ ରୁକୁଣା ରଥରେ ଦେଖି ଭାବବିହ୍ୱଳ ହୋଇଛନ୍ତି ଶ୍ରଦ୍ଧାଳୁ ।