୨ ବର୍ଷ ପରେ ଭକ୍ତଙ୍କ ଗହଣରେ ଗଡ଼ୁଛି ରୁକୁଣା ରଥ

Rukna Ratha Of Lord Lingaraj Bhubaneswar

ଭୁବନେଶ୍ୱର: ପବିତ୍ର ଆଶୋକାଷ୍ଟମୀର ପରମ୍ପରା ଓ ନୀତିକାନ୍ତି ସହ ପହଣ୍ଡି ପରେ ଆରମ୍ଭ ହୋଇଛି ରୁକୁଣା ରଥଟଣା । ଭକ୍ତଙ୍କ ଗହଣରେ ଗଡ଼ୁଛି ରୁକୁଣା ରଥ । ଏକାମ୍ରକ୍ଷେତ୍ରରୁ ମାଉସୀ ମାଆ ମନ୍ଦିର ବାହାରିଛନ୍ତି ବାବା ଲିଙ୍ଗରାଜ । ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରଭୁ ଲିଙ୍ଗରାଜଙ୍କ ରଥ ଗଡ଼ୁଛି । ଭଗବାନଙ୍କୁ ଟାଣି ନେଉଛନ୍ତି ଭକ୍ତ । ପୂଜା ପରେ ପହଣ୍ଡି ଆରମ୍ଭ ହୋଇଥିଲା । ରଥରେ ବିଜେ କରିବା ପରେ ପ୍ରଭୁଙ୍କ ନୀତିକାନ୍ତି କରାଯାଇଥିଲା ।

Rukna Ratha Of Lord Lingaraj Bhubaneswar

ପ୍ରାୟ ସାଢେ ୩ଟା ପର୍ଯ୍ୟନ୍ତ ହୋଇଥିଲା ନୀତିକାନ୍ତି । ୫ଦିନ ଧରି ରୁକୁଣା ରଥଯାତ୍ରା ହେବାକୁ ଥିବାବେଳେ ୧୩ ତାରିଖରେ ଅନୁଷ୍ଠିତ ହେବ ବାହୁଡ଼ା । ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । କରୋନା କଟକଣା ପାଇଁ ୨୦୨୦ ମସିହାରେ ଶେଷ ମୁହୂର୍ତ୍ତରେ ରଥଯାତ୍ରାକୁ ବନ୍ଦ କରିଥିଲା ପ୍ରଶାସନ । ୨୦୨୧ରେ ବିନା ଭକ୍ତରେ ହୋଇଥିଲା ରଥଯାତ୍ରା ।