spot_img

Latest Posts

ରୁଦ୍ରପ୍ରସନ୍ନଙ୍କୁ ଲାଡଲୀ ମିଡ଼ିଆ ଆଓ୍ବାର୍ଡ

ଭୁବନେଶ୍ବର: ସାମାଜିକ ଲିଙ୍ଗଗତ ସମ୍ବେଦନଶୀଳତା ପାଇଁ ଜାତୀୟ ସ୍ତରରେ ଦିଆଯାଇଛି ଲାଡଲୀ ମିଡ଼ିଆ ଆଣ୍ଡ ଆଡଭାଟାଇଜିଂ ଆଓ୍ବାର୍ଡ ୨୦୨୧ । ଓଡ଼ିଶାରୁ ବିରିଷ୍ଠ ସାମ୍ବାଦିକ ଏବଂ ସ୍ତମ୍ଭକାର ରୁଦ୍ରପ୍ରସନ୍ନ ରଥ ଏହି ପୁରସ୍କାର ପାଇଛନ୍ତି । ସଂଯୁକ୍ତରାଷ୍ଟ୍ର ଜନସଂଖ୍ୟା କୋଷ ଏବଂ ଭାରତରେ ଥିବା ନରଓ୍ବେ ଦୂତାବାସ ମିଳିତ ସହଯୋଗରେ ଅନଲାଇନରେ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ହୋଇଯାଇଛି ।

୨୦୨୦ ଡିସେମ୍ବର ୨୦ରେ ପ୍ରମେୟରେ ପ୍ରକାଶିତ ରୁଦ୍ରପ୍ରସନ୍ନଙ୍କ ସ୍ତମ୍ଭ ‘ବାହାଘର ଭାଙ୍ଗିଗଲା ପରେ’ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆାଯାଇଛି । ଗତବର୍ଷ ଜାତୀୟ ସ୍ତରରେ ଏହି ପୁରସ୍କାର ପାଇବାକୁ ରୁଦ୍ର ଯୋଗ୍ୟ ବିବେଚିତ ହୋଇଥିଲେ । ବାହାଘର ଭାଙ୍ଗିଗଲା ପରେରେ ରୁଦ୍ର ନାରୀମାନଙ୍କ ଉପରେ ପଡୁଥିବା ମାନସିକ ଚାପ, ଏହାର କୁପରିମାଣ ଏବଂ ଏହାର ନିରାକରଣ କିପରି କରାଯିବ ତା’ଉପରେ ଆଲୋକପାତ କରିଥିଲେ । ଏହା ବ୍ୟତୀତ ସମ୍ବାଦର ସାମ୍ବାଦିକ ଶୁଭକାନ୍ତ ପଡିହାରୀଙ୍କୁ ତାଙ୍କ ବାଇଲାଇନ୍ ଷ୍ଟାରୀ ଅସହାୟ ପରୀମାନଙ୍କ ପାଇଁ ଏହି ପୁରସ୍କାର ମିଳିଥିବା ବେଳେ ସମାଜର କୋରାପୁଟ ପ୍ରତିନିଧି ବିଜୟ ଦ୍ବିବେଦୀଙ୍କୁ ‘ବହୁଦେଶୀୟ କମ୍ପାନୀ ଚାକିରି ଛାଡ଼ି ସଫଳ ପଶୁପାଳକ ହେଲେ ମହିଳା’ ପାଇଁ ଏହି ପୁରସ୍କାର ମିଳିଛି ।

 

Latest Posts

Don't Miss