ମେଡ ଇନ୍ ଇଣ୍ଡିଆର ଦମ: ଆଣ୍ଟି ରେଡିଏସନ ମିସାଇଲ ‘ରୁଦ୍ରମ’ର ସଫଳ ପରୀକ୍ଷଣ

1 min read

ନୂଆଦିଲ୍ଲୀ: ପୁଣି ଇତିହାସ ରଚିଲା ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (DRDO) । ଶୁକ୍ରବାର ଭାରତ ଆଣ୍ଟି ରେଡିଏସନ ମିସାଇଲ ରୁଦ୍ରମର ସଫଳ ପରୀକ୍ଷଣ କରିଛି । ଏହି ମିସାଇଲକୁ DRDO ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହାର ପରୀକ୍ଷଣ ସୁଖୋଇ-୩୦ ଫାଇଟର ଏୟାରକ୍ରାଫ୍ଟରୁ କରାଯାଇଛି ।

ଭାରତରେ ପ୍ରସ୍ତୁତ କରାଯାଇଥିବା ଏହା ହେଉଛି ପ୍ରଥମ ମିଶାଇଲ ଯାହାକୁ ଯେକୌଣସି ଉଚ୍ଚତାରୁ ମଧ୍ୟ ଫାୟାର କରାଯାଇପାରିବ । ଏହି ମିଶାଇଲ ଅନେକ ପ୍ରକାର ସିଗନାଲ ଏବଂ ରେଡିଏସନକୁ ଧରିପାରିବ । କେବଳ ସେତିକି ନୁହେଁ ନିଜ ରଡାରକୁ ଆଣି ଏହା ମିଶାଇଲକୁ ନଷ୍ଟ ମଧ୍ୟ କରିପାରିବ ।

ବର୍ତ୍ତମାନ ଏହି ମିସାଇଲର ଡେଭେଲପମେଣ୍ଟ ଟ୍ରାୟଲରେ ଜାରି ରହିଛି । କିନ୍ତୁ ଏହି ଟ୍ରାୟଲ ପୁରା ହେବାପରେ ଖୁବଶୀଘ୍ର ଏହାକୁ ସୁଖୋଇ ଏବଂ ସ୍ୱଦେଶୀ ବିମାନ ତେଜସରେ ମଧ୍ୟ ବ୍ୟବହାର କରାଯାଇପାରିବ ।

ସୂଚନା ଅନୁଯାୟୀ ଚଳିତ ସପ୍ତାହରେ DRDO ସୁପରସୋନିକ ମିଶାଇଲ ଆସିଷ୍ଟେଡ ରିଲିଜ ଅଫ ଟରପିଡୋର ସଫଳ ପରୀକ୍ଷଣ କରିଥିଲା । ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (DRDO) ଓଡ଼ିଶା ତଟ୍ଟ ଅଞ୍ଚଳରେ ଏହାର ପରୀକ୍ଷଣ କରିଥିଲା ।

Leave a Reply