spot_img

Latest Posts

ମଣିପୁର ନିଆଁରେ ତାତିଲା ପାର୍ଲାମେଣ୍ଟ, ପ୍ରଧାନମନ୍ତ୍ରୀଙ୍କୁ ଉତ୍ତର ମାଗିଲେ ବିରୋଧୀ

ନୂଆଦିଲ୍ଲୀ: ପାର୍ଲାମେଣ୍ଟରେ ମଣିପୁର ତାତି। ମିଳିତ ବିରୋଧୀଙ୍କ ଗୋଟିଏ ଦାବି । ମଣିପୁର ସ୍ଥିତିକୁ ନେଇ ଉତ୍ତର ରଖନ୍ତୁ ପିଏମ୍ ? ତିନି ମାସ ଧରି ମଣିପୁର ଜଳୁଥିବା ବେଳେ କାହିଁକି ପ୍ରଧାନମନ୍ତ୍ରୀ ଚୁପ୍ ? କାହିଁକି ମଣିପୁର ପ୍ରସଙ୍ଗରେ ପଦୁଟୁଏ କହୁନାହାନ୍ତି ପିଏମ୍ ? ସର୍ବଦଳୀୟ ବୈଠକ କରି କାହିଁକି ଏଭଳି ଘୃଣିତ ଅନ୍ୟାୟ, ଅପରାଧ ପ୍ରତି ଆଖି ବୁଜି ଦେଇଛି ଗୃହ ମନ୍ତ୍ରଣାଳୟ? ବିଦେଶରେ ଭାରତ ବିକାଶର ଡିମଡିମ୍ ପିଟୁଥିବା ବେଳେ ମଣିପୁର ସ୍ଥିତି ବିଶ୍ବରେ ଦେଶକୁ ଲଜ୍ଜିତ କରିଛି ବୋଲି କହିଛି ଆମ ଆଦମୀ ପାର୍ଟି । ବିଜେପିର ଡବଲ ଇଞ୍ଜିନ ସରକାର ଥିବା ରାଜ୍ୟରେ ଡବଲ ବର୍ବରତା, ଡବଲ ଶୋଷଣ । ଯାହାର ପ୍ରମାଣ ଦେଉଛି ମଣିପୁର ।

ଦେଶର ଅଖଣ୍ଡତା ରକ୍ଷା କରିବାରେ ଫେଲ୍ ମାରିଛି ବିଜେପି । ବିଜେପି ଶାସନ ଦେଶର ସୁରକ୍ଷା ପ୍ରତି ବିପଦ ବୋଲି ଆପ୍ ସାଂସଦ ରାଘବ ଚଡ୍ଡା କହିଛନ୍ତି । ମହିଳାଙ୍କ ପ୍ରତି ଏଭଳି ଘୃଣ୍ୟ ଅପରାଧ ପରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ସତ କହିବାକୁ ମନ୍ତ୍ରୀ ସାହସ ଦେଖାନ୍ତୁ ବୋଲି କଂଗ୍ରେସ କହିଛି । ମଣିପୁରରେ ମହିଳା ଉପରେ ଅତ୍ୟାଚାର ସୀମା ଟପିଥିବା ବେଳେ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ ଅସ୍ଥିତ୍ବକୁ ନେଇ ବି କଂଗ୍ରେସ ପ୍ରଶ୍ନ ଉଠାଇଛି । ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା ଯୋଗୁ ରାଜ୍ୟସଭା ଦିନ ୧୨ଟା ଓ ଲୋକସଭାକୁ ଦିନ ୨ଟା ଯାଏଁ ମୁଲତବି ରଖାଯାଇଥିଲା ।

Latest Posts

Don't Miss