ଗୃହରେ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି

ଭୁବନେଶ୍ୱର: କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅବହେଳା ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ । ପୋଲାଭରମ ନେଇ ଓଡ଼ିଶା ପ୍ରତି ହୋଇଥିବା ଅଣଦେଖା ନେଇ କମିଟି ଗଠନ କରିବାକୁ କଂଗ୍ରେସ ଦାବି କରି ଗୃହରେ ହଟ୍ଟଗୋଳ କରିଛି । ବାଚସ୍ପତିଙ୍କ ପୋଡିୟମ ଉପରେ ଚଢି ପ୍ରତିବାଦ କରିଛନ୍ତି କଂଗ୍ରେସ ସଦସ୍ଯ । କେନ୍ଦ୍ର ବଜେଟରେ ବିହାର, ଆନ୍ଧ୍ରକୁ ସ୍ଵତନ୍ତ୍ର ଅନୁଦାନ ଦିଆଯାଇଛି । କିନ୍ତୁ ଓଡ଼ିଶାର ଦାବି ସତ୍ତ୍ବେ ଭୁଲି ଗଲେ ବୋଲି କହିଛି କଂଗ୍ରେସ । ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ଯେଉଁ ନିଷ୍ପତ୍ତି ନେଲା ସେଥିରେ ଓଡିଶା ବୁଡିବ। ବିଜେପି ଆଜି ଓଡିଶା ପାଇଁ କଳଙ୍କ ବୋଲି କହିଛି କଂଗ୍ରେସ। କେନ୍ଦ୍ରର ଓଡିଶା ବିରୋଧୀ ମନୋଭାବ ଚଳିବ ନାହିଁ ନାରାରେ ବିଧାନସଭା ଆଜି ପ୍ରକମ୍ପିତ ହୋଇଛି । ଏହାକୁ ନେଇ ଗୃହ ୧୫ମିନିଟ ପାଇ ମୁଲତବି ହେବା ପରେ ବି ସ୍ବାଭାବିକ ହୋଇନଥିଲା । ଶେଷରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ବିଜେଡି ବିଧାୟକ ଅରୁଣ ସାହୁ ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ରକୁ ସମାଲୋଚନା କରିଛନ୍ତି ।