spot_img

Latest Posts

ଜେଲ ଭିତିରିକଥା କହିଦେଲେ ବୋଲି କଏଦୀଙ୍କୁ ନିର୍ଧୁମ ଛେଚିଲା ଗ୍ୟାଙ୍ଗଷ୍ଟାରର ପୁଅ

ଭୁବନେଶ୍ବର: ଜେଲ ଭିତରର ଭିତିରିକଥା କହିଦେଲେ ବୋଲି କଏଦୀଙ୍କୁ ନିର୍ଧୁମ ଛେଚିଲା ଗ୍ୟାଙ୍ଗଷ୍ଟାରର ପୁଅ । ଭୁବନେଶ୍ବର ଝାରପଡ଼ା ଜେଲରେ ଗ୍ଯାଙ୍ଗଷ୍ଟାର ହାଇଦରର ପୁଅ ମୁନା ଓ ତାର ସହଯୋଗୀଙ୍କ ଦାଦାଗିରି ଦେଖିବାକୁ ମିଳିଛି । ଜେଲ ଭିତରେ ମାଡ଼଼ମାରି କଏଦୀଙ୍କ ମୁଣ୍ଡ ଫଟାଇଦେଇଛି ମୁନା ଆଉ ତା ଗ୍ଯାଙ୍ଗ। ଆହତ କଏଦୀ ହେଲେ ସୌମ୍ଯକାନ୍ତ ମହାନ୍ତି ।

ତାଙ୍କୁ ଭୁବନେଶ୍ବର କ୍ଯାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଶନିବାର ଜେଲ ଭିତରେ ରେଡ କରିଥିଲେ DLSA ବା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀ। ରେଡ ବେଳେ ଜେଲରୁ ମୋବାଇଲ ଜବତ ହୋଇଥିଲା। ଜେଲ ଭିତରର ଭିତିରିକଥା ସୌମ୍ଯକାନ୍ତ DLSAକୁ ସୂଚନା ଦେଇଥିଲେ। ଭିତରେ କିଭଳି ଟଙ୍କା ଦେଲେ ସବୁକିଛି ହେଉଛି ସେନେଇ ସୌମ୍ଯକାନ୍ତ ସୂଚନା ଦେଇଥିଲେ ।

ଟଙ୍କା ଦେଲେ ଜେଲରେ ସବୁ ମିଳୁଥିଲା ବୋଲି ଅଭିଯୋଗ କରିଥିଲେ କଏଦୀ । ଟଙ୍କା ଦେଲେ ମୋବାଇଲ ସହ ନିଶା ବି ଜେଲ ଭିତରେ ମିଳୁଥିବା କଥା ପ୍ରଘଟ ହେବାପରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଜେଲର ଭିତିରି କଥା କହିଦେଇଥିବାରୁ ସୌମ୍ଯକାନ୍ତଙ୍କୁ ହାଇଦରର ପୁଅ ମୁନା ଓ ତାର ସହଯୋଗୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Latest Posts

Don't Miss