ମଦ ପିଇ କ୍ୱାରେଣ୍ଟାଇନ ସେଣ୍ଟର ସାମ୍ନାରେ ହଙ୍ଗାମା କଲେ ଅନ୍ତେବାସୀ

ଉମରକୋଟ: କ୍ୱାରେଣ୍ଟାଇନ ସେଣ୍ଟର ସାମ୍ନାରେ ମଦୁଆଙ୍କ ମାତାଲି ଆକ୍ସନ । ସାର୍ଟ ଖୋଲି ହାତରେ ମଦ ବୋତଲ ଧରି ଚାଲିଛି ଗୋଟେ ପରେ ଗୋଟେ ଆକ୍ସନ । ହିରୋ ଭଳି କେତେବଳେ ପିସିଆରକୁ ଅଟକାଉଛି ତ ପୁଣି କେତେବଳେ ଗୁଡ଼ି କାନି ଖାଇଲା ଭଳି ଏପଟୁ ଯାଇ ସେପଟେ ପଡ଼ୁଛି । କରୋନା ପାଇଁ ପ୍ରତ୍ୟେକ ଜିଲ୍ଲାରେ କ୍ୱାରେଣ୍ଟାଇନ ସେଣ୍ଟରମାନ ତିଆରି କରାଯାଇଛି । ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କ ପାଇଁ ଏହି ସବୁ ସେଣ୍ଟର ପ୍ରସ୍ତୁତ କରାଯାଇଛି । କରୋନା ସର୍ବସାଧାରଣ ସ୍ଥାନରେ ନ ବ୍ୟାପିବା ପାଇଁ ଏଭଳି ନିଷ୍ପତି ନେଇଉନ୍ତି ରାଜ୍ୟ ସରକାର ।

କିନ୍ତୁ କିଛି ଅମାନିଆଙ୍କ ପାଇଁ ବାରମ୍ବାର ବଦନାମ ହେଉଛି କ୍ୱାରେଣ୍ଟାଇନ ସେଣ୍ଟର । ମଦୁଆମାନେ ବାରମ୍ବାର ସରକାରୀ ନିୟମକୁ ଅବମାନନା କରୁଥିବା ଖବର ବାରମ୍ବାର ସାମ୍ନାକୁ ଆସୁଛି ।  କିଛି ଲୋକଙ୍କ ପାଇଁ ନିଜ ଜୀବନ ଠାରୁ ଅଧିକ ମୂଲ୍ୟବାନ ହେଉଛି ମଦ । । ଯେଉଁଥିପାଇଁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ବାହାରି ଯାଇ ମଦ ପିଇବା ପାଇଁ ପଛାଉନହାନ୍ତି ମଦୁଆ । ଏମିତି ଏକ ମଦୁଆଙ୍କ କାରନାମ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ରେ ।  ଯାହାର ଏକ ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମ ରେ ଭାଇ ରାଲ୍ ହେବାରେ ଲାଗିଛି ।

ruckus-at-quarantine-center-by-drunk-migrant-labour-in-umerkote

ମଦୁଆ ଜଣକ କ୍ୱାରେଣ୍ଟିନ୍ ସେଣ୍ଟର ଆଗରେ ମାତାଲ ହୋଇ ପ୍ରଶାସନକୁ ନାକେଦମ୍ କରୁଥିବା ନଜର ଆସିଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ  ମହାବିଦ୍ୟାଳୟର ଟିଏମସି କେନ୍ଦ୍ରର ଜଣେ ଅନ୍ତେବାସୀ ଶ୍ରମିକ ଆଜି ସକାଳୁ ମଦ ପିଇ ଉନ୍ମତ କାଣ୍ଡ ଘଟାଇଛନ୍ତି ।  ଟିଏମସି କେନ୍ଦ୍ର ସମ୍ମୁଖ ରାସ୍ତା ଉପରେ ଛିଡା ହୋଇ ଯାତାୟତ କରୁଥିବା ସାଧାରଣ ଲୋକ ଏବଂ ଗାଡି ଉପରକୁ ଟେକା ପଥର ମାରିବା ସହ ଗାଡ଼ି ସାମ୍ନାରେ ଆସି ହଇରଣ ହରକତ କରିଛନ୍ତି । ବହୁ ସମୟ ଧରି ନିଜର ତାଣ୍ଡବ ଲୀଳା ଦେଖାଇଥିଲେ ମଦୁଆ ଜଣକ ।

ruckus-at-quarantine-center-by-drunk-migrant-labour-in-umerkote

ପରେ ଟିଏମସି ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଠାରୁ ସୂଚନା ପାଇ ଝରିଗାଁ ପୋଲିସ୍ ପହଞ୍ଚି ବହୁ ସମୟ ଧରି ନାକେଦମ୍ ହେବା ପରେ ପ୍ରବାସୀ ଶ୍ରମିକଙ୍କୁ କାବୁ କରିବାରେ ସଫଳ ହୋଇଥିବା ଜଣାପଡିଛି । ଉକ୍ତ ଶ୍ରମିକ ଜଣକଙ୍କ ଘର ଝରିଗାଁ ଅଞ୍ଚଳର ବୋଲି ଜଣା ପଡିଥିବାବେଳେ ସେ ପ୍ରତିଦିନ ଏଭଳି କରୁଥିବା ସୂଚନା ମିଳିଛି । ଶ୍ରମିକ ଜଣକ ଜଗତସିଂପୁର ଜିଲ୍ଲାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଇଥିଲେ ଏବଂ କିଛି ଦିନ ତଳେ ସେଠାରୁ ଫେରି ଏହି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅନ୍ତେବାସୀ ଭାବେ ରହି ଆସୁଥିବା ଜଣାପଡ଼ିଛି ।

Leave a Reply