ବିଧାନସଭାର ପ୍ରଶ୍ନକାଳ ବାତିଲ୍, ଗୃହ ମୁତଲବି ଘୋଷଣା କଲେ ବାଚସ୍ପତି

1 min read

ଭୁବନେଶ୍ୱର : ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ପ୍ରଶ୍ନକାଳ ବାତିଲ୍ କରି ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଅଡ଼ି ବସିଥିଲେ ବିଜେପି ଓ କଂଗ୍ରେସ ବିଧାୟକ । ଗୃହର ମଧ୍ୟଭାଗକୁ ଆସି ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ପ୍ରତିବାଦ କରିଥିଲେ ।

ଏହାପରେ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ସେପଟେ ବିଜେପି ବିଧାୟକ ଦଳ ବୈଠକ ପରେ ବିରୋଧୀ ଦଳ ନେତା ପତିକ୍ରିୟା ଦେଇଛନ୍ତି । କହିଛନ୍ତି ନାରୀ ନିର୍ଯାତନା ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେରଫେର ଓ ସରକାରୀ ଯୋଜନା ହଡ଼ପ ପ୍ରସଙ୍ଗ, ଧାନ ବିକ୍ରିରେ ବେଆଇନ କାଟ୍ ଛାଟ୍, ଯୁବକ ଯୁବତୀଙ୍କୁ ନିଯୁକ୍ତି, ଆଇନ ଶୃଙ୍ଖଳା ପରିସ୍ଥିତି, ଚାଷୀ ଓ ଚାଷ ପ୍ରସଙ୍ଗ ଏଥର ବିଧାନସଭାରେ ଉଠାଇବୁ।

')}

Leave a Reply