ରୁଚିକା ଆତ୍ମହତ୍ୟା ମାମଲା: ଏବେ ସୁଦ୍ଧା ୧୦୦ରୁ ଅଧିକଙ୍କୁ ହେଲାଣି ଜେରା

ଭୁବନେଶ୍ୱର: ରୁଚିକା ଆତ୍ମହତ୍ୟା ମାମଲାରେ ଏବେ ସୁଦ୍ଧା ୧୦୦ରୁ ଅଧିକଙ୍କୁ ଜେରା କରାଗଲାଣି । ଗତକାଲି ୬୨ ଜଣଙ୍କୁ ଜେରା କରିଥିଲା ପୋଲିସ । ଜେରାରୁ ୨ ଅଭିଯୁକ୍ତ ଛାତ୍ରୀଙ୍କ ବିଷୟରେ ସୂଚନା ମିଳିଛି । ସୁଇସାଇଡ଼ ନୋଟରେ ୩ ଜଣଙ୍କ ସମ୍ପର୍କରେ ଉଲ୍ଲେଖ କରିଥିଲେ ରୁଚିକା । ରାଗିଂ କରିଥିବା ଛାତ୍ରୀମାନେ ଯୁକ୍ତ ୩ ବିଜ୍ଞାନ ଶେଷବର୍ଷର ଛାତ୍ରୀ ବୋଲି ସୂଚନା ମିଳିଛି ।

ସୁଇସାଇଡ ନୋଟ୍ ସହିତ ହଷ୍ଟେଲ କର୍ତ୍ତୃପକ୍ଷ ଓ ଛାତ୍ରୀଙ୍କୁ ପଚରାଉଚରା କରି ଗୁମର ଖୋଜୁଛି ପୋଲିସ। ଛାନବିନ ଚଳାଇଛନ୍ତି ୩ଜଣିଆ ସ୍ୱତନ୍ତ୍ର ଟିମ୍। ରୁମମେଟ, ସିନିୟର ଛାତ୍ରୀ, ସୁପରିଟେଣ୍ଡଣ୍ଟ , ୱାଡେନ, ଆସିଷ୍ଟାଣ୍ଟ ୱାଡେନଙ୍କ ସମେତ ଫ୍ଲୋର ଇନଚାର୍ଜଙ୍କୁ ପଚରାଉଚରା କରାଯାଇଛି। ଧାରା ୧୬୧ରେ ରୁମମେଟ ଏବଂ ୱାଡେନଙ୍କ ବୟାନ ରେକର୍ଡ ହୋଇଛି । ହଷ୍ଟେଲରେ ମୋଟ ୧୩୪ଜଣ ସିନିୟର ଛାତ୍ରୀ ଅଛନ୍ତି ।