ଦଲାଲ ମୁକ୍ତ ହେବ ଆରଟିଓ

ଭୁବନେଶ୍ବର: ନୂଆବର୍ଷରୁ ପରିବହନ ବିଭାଗରେ ଆସିବ ନୂଆ ସଂସ୍କାର । ମିଡିଲ୍ ମ୍ୟାନ ବା ଦଲାଲ ମିଳିବ ମୁକ୍ତି ହେବ ଆରଟିଓ । ଏଣିକି ଅଫଲାଇନ ନୁହେଁ, ଅନଲାଇନରେ ହେବ ଡିଏଲ ଆବେଦନଠାରୁ ଆରମ୍ଭ କରି ଗାଡି ପରମିଟ୍ ଭଳି ସବୁ କାମ ।
ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା ଯେ ଏସବୁ କାର୍ଯ୍ୟରେ ଦଲାଲଙ୍କର ବଡ଼ ଭୂମିକା ରହୁଛି । ଅନେକାଶଂରେ ଦଲାଲଙ୍କ ଭୂମିକା କମିଥିଲେ ବି ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ତେଣୁ ପରିବହନ ବିଭାଗର ସମସ୍ତ କାର୍ଯ୍ୟ ଅନଲାଇନରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଆସନ୍ତାକାଲିଠୁ ଲାଗୁ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।