ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ

କେନ୍ଦୁଝର: ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କଲେ ରାଜ୍ୟ ସରକାର । ସରକାରଙ୍କ ପକ୍ଷରୁ ଅରିନ୍ଦମଙ୍କ ପତ୍ନୀ ସମୀକ୍ଷାଙ୍କୁ ଅର୍ଥ ରାଶି ପ୍ରଦାନ କରିଛନ୍ତି କେନ୍ଦୁଝର ଉପ ଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ । ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Rs 4 Lakh Given To Late Journalist Arindam Das Family Keonjhar

ଶୁକ୍ରବାର ମୁଣ୍ଡଳିରେ ଏକ ଦନ୍ତା ହାତୀ ମହାନଦୀର ପ୍ରଖର ତ୍ସୋତରେ ଫସି ଯାଇଥିଲା । ଦନ୍ତାକୁ ଘଉଡ଼ାଇବା ଲାଗି ଓଡ୍ରାଫ୍ ଟିମ୍ ରବର ବୋଟରେ ଯାଇଥିଲା । ଏହି ବୋଟରେ ସାମ୍ବାଦିକ ଅରିନ୍ଦମ ଦାସ ଥିଲେ । ହାତୀକୁ ଘଉଡ଼ାଇବା ବେଳେ ବୋଟଟି ଓଲଟି ପଡ଼ିଥିଲା । ଫଳରେ ସାମ୍ବାଦିକ ଅରିନ୍ଦମ ଦାସଙ୍କ ସମେତ ଓଡ୍ରାଫ୍ କର୍ମଚାରୀ ସୀତାରାମ ମୁର୍ମୁଙ୍କ ମୃତ୍ୟୁ ହୋଇଥିଲା ।

Rs 4 Lakh Given To Late Journalist Arindam Das Family Keonjhar

ଗତକାଲି ଅରିନ୍ଦମଙ୍କ ପରିବାରକୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଆଜି ଉପଜିଲ୍ଲାପାଳ ଅରିନ୍ଦମ ଦାସଙ୍କ ଘରେ ପହଞ୍ଚି ସହାୟତା ରାଶି ଚେକ୍ ପ୍ରଦାନ କରିଛନ୍ତି । ପରିବାର ଲୋକେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply