୧୫ ଦିନରେ ଟଙ୍କା ଡବଲ ହେବ କହି ଠକିନେଲେ ୨୫୦ କୋଟି

ଡେରାଡୁନ:  ଏକ ବଡ଼ ଠକ ରାକେଟ୍‌ ଠାବ କରିଛି ଉତ୍ତରାଖଣ୍ଡ ପୋଲିସ୍‌ ।  ଉତ୍ତରାଖଣ୍ଡ ଏସଟିଏଫ୍‌ ନୋଏଡ଼ାରୁ ଏକ ଅଭିଯୁକ୍ତକୁ ୨୫୦ କୋଟି ଠକିଥିବା ମାମଲାରେ ଗିରଫ କରିଛି ।  ଆଶ୍ଚର୍ଯ୍ୟର କଥା ହେଉଛି ଏହି ଠକେଇ କେବଳ ଗତ ଚାରି ମାସ ମଧ୍ୟରେ ହୋଇଛି ।

ଚୀନର ଷ୍ଟାର୍ଟଅପ ଯୋଜନା ଦ୍ୱାରା ହୋଇଥିବା ଆପ୍‌ ମାଧ୍ୟମରେ ଠକେଇକୁ ସଫଳ ରୂପ ଦିଆଯାଇଛି । ଦେଶରେ ପ୍ରାୟ ୫୦ ଲକ୍ଷ ଲୋକଙ୍କ ଦ୍ୱାରା ଏହି ଆପ୍‌ ଡାଉନଲୋଡ୍‌ ହୋଇଛି ।  ଏହି ଆପ୍‌ ମାଧ୍ୟମରେ ଲୋକଙ୍କୁ ୧୫ ଦିନରେ ଟଙ୍କା ଡବଲ ହେବାର ପ୍ରଲୋଭନ ଦେଖାଇ ଠକେଇ ହୋଇଛି ।

ଠକେଇରେ ୧୫ ଦିନରେ ଟଙ୍କା ଡବଲ କରିବା ପାଇଁ ପ୍ରଲୋଭନ ଦେଖାଇ ଲୋକଙ୍କୁ  ପାଓ୍ୱର ବ୍ୟାଙ୍କ୍‌ ଆପ୍‌ ଡାଉନଲୋଡ୍‌ କରିବାକୁ କୁହାଯାଉଥିଲା ।  ହରିଦ୍ୱାରରେ ଜଣେ ବ୍ୟକ୍ତି ଏହା ବାବଦରେ ପୋଲିସରେ ଅଭିଯୋଗ କରିବା ପରେ ମାମଲା ସାମ୍ନାକୁ ଆସିଲା । ଉକ୍ତ ବ୍ୟକ୍ତିଙ୍କ କହିବା ଅନୁସାରେ, ବ୍ୟକ୍ତି ଜଣକ ପ୍ରଥମେ ୯୩ ହଜାର ଏବଂ ପରେ ୭୨ ହଜାର ଟଙ୍କା ଜମା କରିଥିଲେ । କିନ୍ତୁ ତାଙ୍କୁ ଡବଲ ଟଙ୍କା ମିଳିଲାନାହିଁ । ତେବେ ଥାନାରେ ଅଭିଯୋଗ ପରେ ଏହାର ଯାଞ୍ଚ୍‌ ଚାଲିଛି ।   ଯାଞ୍ଚରୁ ଜଣାପଡ଼ିଲାଯେ,  ଗୋଟିଏ ନୁହେଁ ବରଂ ଭିନ୍ନ ଭିନ୍ନ ଆକାଉର୍ଟ ନମ୍ବର ଦେଇ ଠକ ଠକେଇ ଯୋଜନା କରୁଥିଲେ ।  ଯାଞ୍ଚ୍‌ ପରେ ଜଣାପଡ଼ିଲାଯେ, ପ୍ରାୟ ୨୫୦ କୋଟି ଟଙ୍କାର ଠକେଇ ହୋଇଛି ।

 

ଉତ୍ତରାଖଣ୍ଡ ଏସଟିଏଫ୍‌ ଅଜୟ ସିଂଙ୍କ କହିବା ଅନୁସାରେ,  ପୋଲିସକୁ ଯାଞ୍ଚରେ ଏକ ବଡ଼ କଥା ସାମ୍ନାକୁ ଆସିଲାଯେ,   ଠକେଇ କରିଥିବା ବିଦେଶୀ ନିବେଶକଙ୍କ ଦ୍ୱାରା  ଭାରତର ବିଜନେସମ୍ୟାନଙ୍କୁ  କମିଶନର ଲୋଭ ଦେଖାଇ ଆପ୍‌ ମାଧ୍ୟମରେ ଲୋକଙ୍କୁ ଲୋନ୍‌ ଦେବାକୁ କହୁଥିଲେ ।  ପରେ ଟଙ୍କା ଡବଲ କରିବାର ଲୋକ ଦେଖାଉଥିଲେ । ପ୍ରଥମେ କିଛି ଲୋକଙ୍କୁ ଟଙ୍କା ଡବଲ ମଧ୍ୟ ଦିଆଗଲା । କିନ୍ତୁ ପରେ ଆରମ୍ଭ ହେଲା ଠକେଇ ।

ଏହି ମାମଲାରେ  ପବନ ପାଣ୍ଡେୟ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି ।  ଅଭିଯୁକ୍ତଠାରୁ ୧୯ଟି ଲାପଟପ୍‌, ୫୯୨ ସିମ୍‌ କାର୍ଡ଼,୫ଟି ମୋବାଇଲ ଫୋନ୍‌,୪ଟି ଏଟିଏମ୍‌ କାର୍ଡ଼ ଏବଂ ଗୋଟିଏ ପାସପୋର୍ଟ ଜବତ ହୋଇଛି । ତେବେ ଠକେଇ ଟଙ୍କାକୁ କ୍ରିପ୍ଟୋକରେନ୍ସିରେ ପରିବର୍ତ୍ତନ କରି ବିଦେଶ ପଠାଯାଉଥିବା ଘଟଣା ସାମ୍ନାକୁ ଆସିଛି । ଏପର୍ଯ୍ୟନ୍ତ ଏହି ମାମଲାରେ ବାଙ୍ଗାଲୁରୁରେ ଗୋଟିଏ ଏବଂ ଉତ୍ତରାଖଣ୍ଡରେ ୨ଟି ମାମଲା ରୁଜୁ ହୋଇଛି ।

Leave a Reply