ପ୍ରଥମ ଦିନରେ ରେକର୍ଡ଼ ଭାଙ୍ଗିଲା RRR, ପଛରେ ପଡ଼ିଲା ବାହୁବଳୀ
1 min readନୂଆଦିଲ୍ଲୀ: ବାହୁବଳୀ ନିର୍ଦ୍ଦେଶକ ଏସ.ଏସ୍.ରାଜମୌଲିଙ୍କ ବହୁ ପ୍ରତିକ୍ଷୀତ RRRର ରିଲିଜ ତାରିଖ ବାରମ୍ବାର ଘୁଞ୍ଚିବା ପରେ ମଧ୍ୟ ଶେଷରେ ଫିଲ୍ମ ସିନେମାଘରେ ରିଲିଜ୍ ହୋଇଛି । ଦୀର୍ଘ ସମୟର ଅପେକ୍ଷା ପରେ ଏହି ଫିଲ୍ମ ବକ୍ସ ଅଫିସରେ ଧମାକା କରୁଛି । ଫିଲ୍ମକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳୁଛି । କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ଫିଲ୍ମ RRR ଭଲ ଓପନିଙ୍ଗ୍ କରିଛି । ଜୁନିଅର NTR ଏବଂ ରାମଚରଣଙ୍କ ଅଭିନୀତ ଏହି ଫିଲ୍ମରେ ଆଲିୟା ଭଟ୍ଟ, ଅଜୟ ଦେବଗନ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।
ଟ୍ରେଡ୍ ଆନାଲିଷ୍ଟ୍ସଙ୍କ କହିବା ହେଉଛି, ଫିଲ୍ମଟି ପ୍ରଥମ ଦିନରେ ଜବରଦସ୍ତ ଇନକମ୍ କରିଛି । ଏହି ଫିଲ୍ମ ସହିତ ଏସ.ଏସ ରାଜେମୗଲି ନିଜେ ନିଜର ରେକର୍ଡ଼ ଭାଙ୍ଗିଛନ୍ତି । ଭିନ୍ନ ଭିନ୍ନ ଟ୍ରେଡ୍ ଆନାଲିଷ୍ଟ ପ୍ରଥମ ଦିନର କଲେକ୍ସନକୁ ନେଇ ଭିନ୍ନ ଭିନ୍ନ ଫିଗର୍ସ କହିଛନ୍ତି । କିନ୍ତୁ ମୋଟାମୋଟି ଭାବରେ ଫିଲ୍ମ ପ୍ରଥମ ଦିନରେ ବେଶ୍ ଲୋକପ୍ରିୟତା ହାସଲ କରିଛି ।
‘RRR’ SMASHES ALL RECORDS ON DAY 1… OVERTAKES ‘BAAHUBALI 2’… ‘RRR’ IS NOW NO. 1 OPENER OF INDIAN CINEMA… WORLDWIDE Day 1 biz [Gross BOC]: ₹ 223 cr
SS RAJAMOULI IS COMPETING WITH HIMSELF…#RRR OFFICIAL POSTER… pic.twitter.com/d6TECxwmqb— taran adarsh (@taran_adarsh) March 26, 2022
ଫିଲ୍ମ କ୍ରିଟିକ୍ସ ତରନ୍ ଆଦର୍ଶଙ୍କ ଅନୁସାରେ ଏହି ଫିଲ୍ମ ବାହୁବଳୀ-ଟୁ’କୁ ପଛରେ ପକାଇ ଭାରତର ନମ୍ବର ଓ୍ୱାନ୍ ଓପନର ହୋଇ ସାରିଛି । RRR ଓ୍ୱାର୍ଲଡ ଓ୍ୱାଇଡ୍ ୨୨୩ କୋଟି ଟଙ୍କାର ଓପନିଙ୍ଗ୍ କରିଛି ।
#RRRMovie creates HISTORY at the WW Box Office.
AP/TS – ₹ 120.19 cr
KA – ₹ 16.48 cr
TN – ₹ 12.73 cr
KL – ₹ 4.36 cr
ROI – ₹ 25.14 cr
OS – ₹ 78.25 cr [Reported Locs]Total – ₹ 257.15 cr
FIRST ever Indian movie to achieve this HUMONGOUS figure on the opening day.
— Manobala Vijayabalan (@ManobalaV) March 26, 2022
ଅନ୍ୟପଟେ ଟ୍ରେଡ୍ ଆନାଲିଷ୍ଟ ମନୋବାଳା ବିଜୟବାଲନଙ୍କ ଅନୁସାରେ, ଫିଲ୍ମ ପ୍ରଥମ ଦିନରେ ଓ୍ୱାର୍ଲଡ ଓ୍ୱାଇଡ ୨୫୭.୧୬ କୋଟି ଇନକମ୍ କରିଛି ।
କ୍ରିଟିକ୍ସଙ୍କ କହିବା ମୁତାବକ, ଫିଲ୍ମ ତେଲୁଗୁ ଭାଷାଭାଷୀ ରାଜ୍ୟରେ ୧୦୦ କୋଟିରୁ ଅଧିକ ଇନକମ କରିଛି । ଉତ୍ତର ଭାରତରେ ଫିଲ୍ମଟି ୧୮ କୋଟିରୁ ଅଧିକ ଓପନିଙ୍ଗ୍ କରିଛି । ଅଷ୍ଟ୍ରେଲିୟା, ନ୍ୟୁଜିଲାଣ୍ଡ, କାନାଡ଼ା,ଉତ୍ତର ଆମେରିକା ଏବଂ ୟୁକେରେ ମଧ୍ୟ ଫିଲ୍ମ ଭଲ ବାଣିଜ୍ୟ କରିଛି ।
ସୂଚନାଯୋଗ୍ୟ RRR ଏକ କାଳ୍ପନିକ ଫିଲ୍ମ ।