ଗୟାରେ ଟ୍ରେନ୍ ଜାଳିଦେଲେ ଆନ୍ଦୋଳନରତ ପରୀକ୍ଷାର୍ଥୀ

1 min read
RRB Exam Suspends Protester Set Fire In Train Gaya Bihar

ପାଟଣା: ବିହାରରେ ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ଏନଟିପିସି ଓ ଗ୍ରୁପ୍ ଡି ସିବିଟି ୧ ପରୀକ୍ଷାରେ ଘୋଟାଲା ଅଭିଯୋଗ କରି ପରୀକ୍ଷାର୍ଥୀଙ୍କ ବିରୋଧ ଜାରି ରହିଛି । ତୃତୀୟ ଦିନରେ ବିରୋଧ ପୁଣି ଉଗ୍ର ରୂପ ନେଇଛି । ଆନ୍ଦୋଳନରତ କିଛି ପରୀକ୍ଷାର୍ଥୀ ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି । ଏହା ପୂର୍ବରୁ ଗତକାଲି ପାଟଣା, ସୀତାମଢି, ମୁଜଫରପୁର, ଆରା, ବକ୍ସରରେ ମଧ୍ୟ ଉତ୍ତେଜନା ଦେଖା ଦେଇଥିଲା ।

RRB Exam Suspends Protester Set Fire In Train Gaya Bihar

ମଙ୍ଗଳବାର ଆନ୍ଦୋଳନରତ ପରୀକ୍ଷାର୍ଥୀ ସୀତାମଢିରେ ଭଙ୍ଗାରୁଜା କରିବା ସହ ପଥର ଫିଙ୍ଗିଥିଲେ । ଭିଡ଼ ହଟାଇବା ଲାଗି ଆକାଶକୁ ଫାଙ୍କା ଗୁଳି ଚାଳନା କରିଥିଲା ପୋଲିସ । ପ୍ରବଳ ବିରୋଧକୁ ଦେଖି ବୁଧବାର ସକାଳେ ରେଲୱେ ପକ୍ଷରୁ ଏନଟିପିସି ଓ ଗ୍ରୁପ୍ ଡି (ଶ୍ରେଣୀ ୧) ପରୀକ୍ଷା ସ୍ଥଗିତ ନେଇ ଘୋଷଣା କରିଥିଲା । ରେଲୱେର ଏଭଳି ନିଷ୍ପତ୍ତି ପରେ ପରୀକ୍ଷାର୍ଥୀଙ୍କ ରାଗ ଆହୁରି ବଢ଼ି ଯାଇଥିଲା । ଆଉ ବିହାରରେ ପ୍ରବଳ ବିରୋଧ ଦେଖିବାକୁ ମିଳିଛି ।

RRB Exam Suspends Protester Set Fire In Train Gaya Bihar

ଆଜି ଗୟାରେ ପରୀକ୍ଷାର୍ଥୀ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗୟା ରେଲୱେ ଷ୍ଟେସନରେ ପରୀକ୍ଷାର୍ଥୀ ଚଳନ୍ତା ଟ୍ରେନକୁ ଢେଲା ଫିଙ୍ଗିଥିଲେ । ଅନ୍ୟପଟେ ଆଉ କିଛି ଛାତ୍ର ଛିଡ଼ା ହୋଇଥିବା ଟ୍ରେନରେ ନିଆଁ ଲଗାଇ ଦେଇଥିଲେ । ହୁତହୁତ୍ ହୋଇ ଜଳୁଥିବା ଟ୍ରେନ୍ ନିଆଁ ଲିଭାଇବା ଲାଗି ଅଗ୍ନିଶମ ବାହିନୀ ପହଞ୍ଚିଛି ପ୍ରୟାସ ଜାରି ରଖିଛି ।

RRB Exam Suspends Protester Set Fire In Train Gaya Bihar

ବିପୁଳ ପୋଲିସ ଫୋର୍ସ ମୁତୟନ ସତ୍ତ୍ୱେ ପରୀକ୍ଷାର୍ଥୀ ବିଭିନ୍ନ ଟ୍ରେନ୍ ଭଙ୍ଗାରୁଜା କରିଛନ୍ତି । ଶ୍ରମଜୀବୀ ଏକ୍ସପ୍ରେସ୍ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଆନ୍ଦୋଳନରତ ଛାତ୍ର ଭଭୁଆ-ପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ ବଗି ଜାଳି ଦେଇଛନ୍ତି । ପୋଲିସ ପରୀକ୍ଷାର୍ଥୀଙ୍କ ହଟାଇବା ଲାଗି ବଳ ପ୍ରୟୋଗ କରିଥିବା ବେଳେ ସେମାନେ ପଥର ଫିଙ୍ଗିଥିଲେ ।

Leave a Reply