ପ୍ଳେ-ଅଫ୍ ଆଶା ଉଜ୍ଜିବୀତ: ୭ ଓ୍ୱିକେଟରେ ରାଜସ୍ଥାନ ରୟାଲ୍ସ ବିଜୟୀ

ଆବୁଧାବି: କିଙ୍ଗସ୍ ଇଲେଭେନ୍ ବିପକ୍ଷ ମ୍ୟାଚ୍ରେ ୭ ଓ୍ୱିକେଟରେ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍ସ । ଓପନର ବ୍ୟାଟ୍ସମ୍ୟାନ୍ ବେନ୍ ଷ୍ଟ୍ରୋକଙ୍କ ବିସ୍ଫୋରକ ୫୦ ରନ୍ ଏବଂ ସଞ୍ଜୁ ସାମସନଙ୍କ ୪୮ ରନ୍ ଏହି ମ୍ୟାଚରେ ରାଜସ୍ଥାନର ବିଜୟକୁ ସହଜ କରିଥିଲା । ଉଭୟଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଫଳରେ ୧୭.୩ଟି ବଲ୍ରେ ୧୮୬ ରନର ବିଜୟ ଲକ୍ଷ୍ୟକୁ ହାସଲ କରିଥିଲା ରାଜସ୍ଥାନ ରାୟାଲ୍ସ ।
ଅପରପକ୍ଷରେ ପ୍ରଥମେ ବ୍ୟାଟି କରିବାକୁ ଆସିଥିବା କିଙ୍ଗସ୍ ଇଲେଭେନ୍ ପଞ୍ଜାବ ୨୦ ଓଭରରେ ୪ ଓ୍ୱିକେଟ ହରାଇ ୧୮୫ ରନ୍ କରିଥିଲା ।କ୍ରିସ୍ ଗେଲ୍ଙ୍କ ବିସ୍ଫୋରକ ଇନିଂସ ଫଳରେ ଏହି ଟାର୍ଗେଟ ଦେଇପାରିଥିଲା ପଞ୍ଜାବ । ଗେଲ ୯୯ ରନ୍ କରିଥିବା ବେଳେ କେଏଲ ରାହୁଲ ୪୬ ଓ ନିକୋଲସ ପୂରନ ୧୦ ବଲରେ ଦ୍ରୁତ ୨୨ ରନ୍ କରିଛନ୍ତି। ଟସ୍ ଜିତି ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।
ଏହାକୁ ଠିକ୍ ବୋଲି ପ୍ରମାଣିତ କରି ଜୋଫ୍ରା ଆର୍ଚର ପ୍ରଥମ ଓଭର୍ର ଶେଷ ବଲରେ ମନଦୀପ ସିଂହଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ତେବେ ରାହୁଲ ଓ ଗେଲ ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ।ରାହୁଲ ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ଗେଲ ନିଜର ଅର୍ଦ୍ଧଶତକ ହାସଲ କରିବା ପରେ ଆହୁରି ଆକ୍ରମଣାତ୍ମକ ରୂପ ଧାରଣ କରିଥିଲେ। ତେବେ ଶତକ ଠାରୁ ମାତ୍ର ଗୋଟିଏ ରନ୍ ଦୂରରେ ଥିବା ବେଳେ ଗେଲଙ୍କୁ ଜୋଫ୍ରା ଆର୍ଚର କ୍ଲିନବୋଲ୍ଡ କରିଦେଇଥିଲେ।