୭୦୯୦୦୦୦୦୦୦୦ ଟଙ୍କା= ଆଇପିଏଲ୍‌ର ଗୋଟିଏ ଟିମ୍,ଜାଣନ୍ତୁ ଏତେ ଟଙ୍କାରେ କ’ଣ କ’ଣ ହୋଇପାରେ

1 min read

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣରେ ଦୁଇ ନୂଆ ଟିମ୍ ସାମିଲ ହେବେ । ଲକ୍ଷ୍ଣୌ ଏବଂ ଅହମ୍ମଦାବାଦ ଟିମ୍ ଫ୍ରାଞ୍ଚାଇଜି ପାଇଁ ମୋଟ ୧୨ ହଜାର ୭୧୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଯାହାର ଆଶା ବିସିସିଆଇ ମଧ୍ୟ କରିନଥିଲା । ଲକ୍ଷ୍ଣୋ ଫ୍ରାଞ୍ଚାଇଜି ନେଇ ଶିଳ୍ପପତୀ ସଞ୍ଜୀବ ଗୋୟେନକାଙ୍କ RPSGଗ୍ରୁପ ୭ହଜାର ୯୦ କୋଟି ବୋଲି ଲଗାଇଥିଲେ । ଯାହା  ୨୦୦୮ ମସିହା ଆଇପିଏଲ୍ ନିଲାମୀ ବେଳର ସବୁଠାରୁ ମହଙ୍ଗା ଟିମ୍ ମୁମ୍ୱାଇ ଇଣ୍ଡିଆନ୍ସର ଦାମ୍ ଠାରୁ ମଧ୍ୟ ଢେର ଅଧିକା । ସେତେବେଳେ ମୁମ୍ୱାଇ ଇଣ୍ଡିଆନ୍ସର ଦାମ୍ ରହିଥିଲା ୧୧୧.୯୦ ମିଲିୟନ୍ ।

କ୍ରୀଡ଼ା ବଜେଟ ଠାରୁ ୩ ଗୁଣା ଅଧିକ ମୂଲ୍ୟ ରହିଛି  ଲକ୍ଷ୍ଣୌ ଦଳର

୨୦୦୮ରେ ଡଲାର ଏକ୍ସଚେଞ୍ଜ ଦାମ୍ ୪୮-୪୯ ଟଙ୍କା ମଧ୍ୟରେ ରହିଥିବା ବେଳେ ଆଜିକାର ତାରିଖରେ ଡଲାର ମୂଲ୍ୟ ୭୫ ଟଙ୍କାରୁ ଅଧିକରେ ପହଞ୍ଚିଛି । ଏଥିରୁ ଆକଳନ କରିହେଉଛି ଯେ, RPSG ଗ୍ରୁପ୍ ଡାକିଥିବା ବିଡର ମୂଲ୍ୟ ୨୦୦୮ ର ଦାମୀ ଟିମ୍ ମୁମ୍ୱାଇ ଇଣ୍ଡିଆନ୍ସ ଠାରୁ ମଧ୍ୟ କେତେ ଅଧିକା । ଦେଶରେ ୨୦୨୧-୨୨ ବଜେଟରେ କ୍ରୀଡ଼ା ନିମନ୍ତେ ୨ହଜାର ୫୯୬.୧୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା । ଲକ୍ଷ୍ଣୌ ଟିମ୍‌ର ମୂଲ୍ୟ ତାହାର ପାଖାପାଖି ୩ ଗୁଣା ରହିଛି । ବିସିସିଆଇକୁ ୨୦୨୨ ମସିହାରେ ପାଖାପାଖି ୧୦ହଜାର କୋଟି ଟଙ୍କା ମିଳିବା ନେଇ ଆକଳନ କରାଯାଉଥିବା ବେଳେ ୧୨ ହଜାର ୫ଶହ କୋଟି ଟଙ୍କା ଆୟ ହୋଇଛି ।

ଏଥିସହିତ ପଢ଼ନ୍ତୁ: କଟକକୁ ମିଳିଲାନି IPL ଫ୍ରାଞ୍ଚାଇଜ, ନୂଆ ଟିମ ଭାବେ ସାମିଲ ହେବ ଅହମଦାବାଦ ଓ ଲକ୍ଷ୍ନୌ

Leave a Reply