ରେଳବାଇ ସୁରକ୍ଷାକର୍ମୀଙ୍କ ମହାନତା, ଯାତ୍ରୀଙ୍କୁ ହଜିଲା ଟଙ୍କା ବ୍ୟାଗ୍ ଫେରାଇଲା ଆରପିଏଫ

କଟକ: ରେଳବାଇ ପୋଲିସର ମହାନତା । ହଜିଥିବା ଟଙ୍କା ବ୍ୟାଗ ଫେରାଇଲା କଟକ ଆରପିଏଫ । ହାଓ୍ୱଡା ଭାସ୍କୋଡାଗାମା ଅମରାବତୀ ଏକ୍ସପ୍ରେସରେ ଭଦ୍ରକ ବାସୁଦେବପୁର ଅଞ୍ଚଳର ଶରତ କୁମାର ବେହେରା ଯାତ୍ରା କରୁଥିଲେ । ଭଉଣୀର ବାହାଘର ପାଇଁ ହାଓ୍ୱଡାରୁ ପରିବାର ସହ ଘରକୁ ଆସୁଥିବା ବେଳେ ୧ ଲକ୍ଷ ୭୦ ହଜାର ଟଙ୍କା ଓ ମୋବାଇଲ ଫୋନ ଥିବା ବ୍ୟାଗ ଟ୍ରେନରେ ଛାଡ଼ି ଦେଇଥିଲେ । ଏନେଇ ରେଳ ବିଭାଗକୁ ଅଭିଯୋଗ କରିବା ପରେ ଆରପିଏଫ ଅଧିକାରୀ ଏସ. ମହାପାତ୍ର ଏବଂ ବିଶ୍ୱଜିତ ରାଉତ ତଦନ୍ତ କରି ବ୍ୟାଗକୁ ପାଇଥିଲେ । ପରେ ଶରତଙ୍କୁ ଯୋଗାଯୋଗ କରି ବ୍ୟାଗକୁ ଫେରାଇଥିଲେ । ଟଙ୍କା ବ୍ୟାଗ ଫେରି ପାଇ ଆରପିଏଫକୁ ଧନ୍ୟବାଦ ଦେଇଛନ୍ତି ଶରତ ।