ଭୁବନେଶ୍ୱର: ଯୁବତୀଙ୍କ ଅସଦାଚରଣ କରିଥିବା RPF ଏଏସଆଇଙ୍କ ନାଁରେ NHRC ରେ ଅଭିଯୋଗ। ଯୁବତୀଙ୍କୁ ଟଣାଓଟରା କରି ବନ୍ଧା ହୋଇଥିବା ଆରପିଏଫ ଏଏସଆଇ ନିରଞ୍ଜନ ଜେନାଙ୍କ ନାଁ ରେ NHRC ରେ ଅଭିଯୋଗ କରିଛନ୍ତି ମାନବାଧିକାର କର୍ମୀ ଜୟନ୍ତ ଦାସ । ତୁରନ୍ତ ଚାର୍ଜସିଟ ଦାଖଲ, ପିଡିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ, ରେଲୱେ ଷ୍ଟେସନ ପରିସରରେ ବ୍ୟାପକ ସିସିଟିଭି ବ୍ୟବସ୍ଥା, ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଦାବି କରିଛନ୍ତି ମାନବାଧିକାର କର୍ମୀ ଜୟନ୍ତ ଦାସ।
ଗତ ୬ ତାରିଖରେ ଜଗତସିଂହପୁର ଜିଲ୍ଲାର ପିଡିତା ଜଣକ ଷ୍ଟେସନରେ ପହଞ୍ଚିବା ପରେ ସୁରକ୍ଷା ବ୍ୟବସ୍ଥା ଠିକ ନୁହେଁ କହି ଆରପିଏଫ ଥାନାକୁ ଡାକିନେଇଥିଲେ ଅଭିଯୁକ୍ତ ଏଏସଆଇ। ସେଠାରେ ଯୁବତୀଙ୍କୁ ସେ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି। ଜିଆରପି ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

