ଆସାମ, ପଶ୍ଚିମବଙ୍ଗ, ପଞ୍ଜାବ ସୀମାରେ ବୃଦ୍ଧି ପାଇବ BSF କ୍ଷମତା

1 min read

ପାକିସ୍ତାନ: ବାଂଲାଦେଶ ଆନ୍ତର୍ଜାତୀୟ ସୀମା ରହିଥିବା ୩ ରାଜ୍ୟ ମଧ୍ୟରେ ୫୦ କିଲୋମିଟର ପର୍ଯ୍ୟନ୍ତ BSF ବା ବର୍ଡର ସିକ୍ୟୁରିଟି ଫୋର୍ସର କ୍ଷମତା ବୃଦ୍ଧି ପାଇବ । ଆସାମ, ପଶ୍ଚିମବଙ୍ଗ, ପଞ୍ଜାବ ସୀମାରେ BSFର ଅଧିକାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏବେ BSFର କ୍ଷମତା ୧୫ କିମି ସୀମା କ୍ଷେତ୍ର ପର୍ଯ୍ୟନ୍ତ ରହିଛି । ଅର୍ଥାତ ଏବେ ମାଜିଷ୍ଟ୍ରେଟଙ୍କ ବିନା ଅନୁମତିରେ ସୀମା କ୍ଷେତ୍ରଠାରୁ ୫୦ କିଲୋମିଟର କ୍ଷେତ୍ର ମଧ୍ୟରେ ବିଏସଏଫ୍ ସର୍ଚ୍ଚ ଅପରେସନ ଓ ଗିରଫ କରିପାରିବ ।

ନିକଟରେ ଆନ୍ତର୍ଜାତୀୟ ସୀମା ପାର୍ଶ୍ବରେ ଡ୍ରୋନ ଉଡିବା, ମାରଣାସ୍ତ୍ର ଫିଙ୍ଗା ଯିବା ପରେ ଦେଶର ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ର କହିଛି । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପଞ୍ଜାବରେ ରାଜନୀତି ସରଗରମ ହୋଇଛି । କେନ୍ଦ୍ରର ନିଷ୍ପତ୍ତିକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ବିରୋଧ କରିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏହାକୁ ସମର୍ଥନ କରିଛନ୍ତି । ବିଏସଏଫର ଅଧିକାର ବୃଦ୍ଧିକୁ ନେଇ କେନ୍ଦ୍ରର ଏଭଳି ଏକତରଫା ନିଷ୍ପତ୍ତିକୁ ଚନ୍ନି ବିରୋଧ ବା ସହ ଗୃହମନ୍ତ୍ରୀ ତୁରନ୍ତ ନିଷ୍ପତ୍ତି ପରିବର୍ତ୍ତନ କରନ୍ତୁ ବୋଲି ଚନ୍ନି ଟ୍ବିଟ କରିଛନ୍ତି । ଅନ୍ୟ ବିରୋଧୀ ଦଳ ମଧ୍ୟ ସରକାର ଏଥି ପ୍ରତି ଆଉ ଥରେ ବିଚାର କରିବା ପାଇଁ କହିଛନ୍ତି ।

Leave a Reply