ଆଜି ଲଘୁଚାପରେ ପରିଣତ ହେବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ

ଭୁବନେଶ୍ୱର : ଆଜି ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ । ୯ ତାରିଖରେ ଅବପାତ ହେବା ପରେ ନେବ ବାତ୍ୟାର ରୂପ । ୯ ତାରିଖ ପରେ ବାତ୍ୟା ସମ୍ଭାବନା ରହିଛି । ତେବେ ଏହା କେଉଁଠି ସ୍ଥଳଭାଗ ଛୁଇଁବ ତାହା ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ । କିନ୍ତୁ ଓଡ଼ିଶା ପାଇଁ ବାତ୍ୟା କୌଣସି ବାତ୍ୟା ସତର୍କତା ନଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବର୍ତ୍ତମାନର ଆକଳନ ଅନୁସାରେ, ବାତ୍ୟା ସେଣ୍ଟ୍ରାଲ ବାଙ୍ଗୋପ ସାଗର ଦେଇ ଗତି କରିବାର ସମ୍ଭାବନା ରହିଛି । ଓଡ଼ିଶାର ଉପକୂଳରେ ମତ୍ସଜୀବୀଙ୍କ ପାଇଁ କୌଣସି ସତର୍କତା ଜାରି କରାଯାଇ ନଥିବାବେଳେ ଆଣ୍ଡାମାନ ନିକୋବର ପାଇଁ ୮ ରୁ ୧୨ ତାରିଖ ଯାଏଁ ସତର୍କତା ଜାରି କରାଯାଇଛି ।ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ । ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରି ମଧ୍ୟରେ ରହିବ ।